ଦିଲ୍ଲୀ : ଦିଲ୍ଲୀ ଦ୍ବାରକା ଅଞ୍ଚଳରେ ବଡ଼ ଅଘଟଣ । ଗଲ୍ଫ କୋର୍ସରେ ଥିବା ଏକ ପୋଖରୀରେ ୩ ଜଣ ପିଲା ବୁଡ଼ିଯିବାର ଜୀବନ ଚାଲିଯାଇଛି । ଆଜି ସକାଳେ ୭ଟାରେ ଦମକଳ ବିଭାଗକୁ ଏହି ଖବର ମିଳିଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାମ କରିଥିଲେ ।
ଖବର ମୁତାବକ, ପିଲାମାନେ ଗଲ୍ଫ କୋର୍ସରେ ଥିବା ପୋଖରୀରେ ଗାଧୋଇବା ପାଇଁ ୩ ଜଣ ପିଲା ପୋଖରୀରେ ଗାଧେଇବାକୁ ଯାଇଥିଲେ ।
ଆଉ ପୋଖରୀରେ ବୁଡ଼ିଯିବାରୁ ଜୀବନ ଚାଲିଯାଇଥିବା ଅନୁମାନ କରାଯାଉଛି । ମୃତ ପିଲାଙ୍କ ବୟସ ୮ ରୁ ୧୦ ବର୍ଷ ବୋଲି କୁହାଯାଉଛି । ପିଲାମାନଙ୍କ ଡ୍ରେସ ପୋଖରୀ କୂଳରେ ରଖାହୋଇଥିବା ଦେଖି କେହି ଜଣେ ପୋଲିସକୁ ଖବର ଦେଇଥିଲେ ।
ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ୩ ପିଲାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ତେବେ ପିଲାଙ୍କ ପରିଚୟ ପ୍ରକ୍ରିୟା ଜାରି ରହିଛି । ଏଯାଏଁ କୌଣସି ପିଲା ନିଖୋଜ ହେବାର ରିପୋର୍ଟ ଦାୟର ହୋଇନାହିଁ । ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି ।

