Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦୋଳି ଶାଢୀରେ ଛନ୍ଦି ହୋଇ ଚାଲିଗଲା ନାବାଳକର ଜୀବନ

ଦୋଳି ଶାଢୀରେ ଛନ୍ଦି ହୋଇ ଚାଲିଗଲା ନାବାଳକର ଜୀବନ

K NEWS 3 weeks ago

ଦଳା : ଝୁଲା ଦୋଳି ସାଜିଲା ମୃତ୍ୟୁର ଫାଶ । ଦୋଳି ଶାଢୀରେ ଛନ୍ଦି ହୋଇ ଚାଲିଗଲା ନାବାଳକର ଜୀବନ । ଉଦଳା ଥାନା ଜଗନ୍ନାଥୀ ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ମୃତ ନାବାଳକ ଏହି ଗାଁର ଦୁର୍ଗା ମୁର୍ମୁଙ୍କ ସାନପୁଅ ସତ୍ୟ ମୁର୍ମୁ । ବୟସ ସାତ ବର୍ଷ । ଘର ବାଡ଼ିରେ ଆତ ଗଛରେ ଲାଗି ଥିବା ଶାଢ଼ୀରେ ଝୁଳି ଦୋଳି ଖେଳୁଥିଲା ସତ୍ୟ ।

ପରିବାରଲୋକଙ୍କ ଅଗୋଚରରେ ଅଚାନକ କିଛି ସମୟ ପରେ ଶାଢ଼ୀଟି ନାବାଳକର ବେକରେ ଛନ୍ଦି ହୋଇ ଯାଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ ସତ୍ୟ ସେହି ଶାଢ଼ୀରେ ହିଁ ଝୁଲି ରହିଯାଇଥିଲା । ପରବର୍ତ୍ତୀ ସମୟରେ ପରିବାର ଜଣେ ସଦସ୍ୟ ବାଡ଼ିପଟକୁ ଆସି ସତ୍ୟକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇ ସଙ୍ଗେ ସଙ୍ଗେ ଉଦ୍ଧାର କରିଥିଲେ । ପରେ ସତ୍ୟକୁ ଉଦଳା ମେଡିକାଲରେ ଭର୍ତ୍ତି କରଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha