Dailyhunt
ଡ୍ରେନ୍ ଭିତରେ ବିସ୍ଫୋରଣ, ଭୟଙ୍କର ଶବ୍ଦ ଶୁଣି ଦୌଡିଲେ ଲୋକେ

ଡ୍ରେନ୍ ଭିତରେ ବିସ୍ଫୋରଣ, ଭୟଙ୍କର ଶବ୍ଦ ଶୁଣି ଦୌଡିଲେ ଲୋକେ

K NEWS 1 week ago

ବାଲେଶ୍ବର: ଡ୍ରେନ୍ ଭିତରେ ବିସ୍ଫୋରଣ । ବାଲେଶ୍ଵର ପୌରପାଳିକା ୯ନଂ ୱାର୍ଡରେ ଯାଇଥିବା ଡ୍ରେନ୍ ଭିତରେ ବିସ୍ଫୋରଣ । ଭୟଙ୍କର ଶବ୍ଦ ଶୁଣି ଦୌଡିଲେ ଲୋକେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ନାଳ ନିକଟରେ ଏକ ସାଇନ୍ସ ଲ୍ୟାବ ରହିଥିବାରୁ କୌଣସି କାରଣରୁ ନାଳରେ ନିର୍ଗତ କେମିକାଲରେ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି ।

କେମିକାଲ ସଂସ୍ପର୍ଶରେ ନିଆଁ ଆସି ଏଭଳି ଘଟିଥିବା ଅନୁମାନ କରାଯାଇ ଥିବା ବେଳେ ସଠିକ କାରଣ ଜଣା ପଡି ନାହିଁ । ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ ।

ଆଜି ମଧ୍ୟ, ନୟାଗଡ ଜିଲ୍ଲା ଦଶପଲ୍ଲା ନୂଆଗାଁ ଥାନା କୋରଡା ଗାଁରେ ବିସ୍ଫୋରଣ ହୋଇଛି । ବାଣ ଭିଡିବା ବେଳେ ବିସ୍ଫୋରଣ । ବିସ୍ଫୋରଣରେ ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନାଥାଉକି, ଦଶପଲ୍ଲାରେ ୭ ତାରିଖରେ ହେବାକୁ ଥିବା ଲଙ୍କାପୋଡି ଉତ୍ସବ ପାଇଁ ନିଜ ଘରେ ବାଣ ଭିଡିବା ବେଳେ ଏହି ଅଘଟଣ ଘଟିଛି । ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି । ବାଣ ଏତେ ଜୋରରେ ବିସ୍ଫୋରଣ ହେଇଥିଲା ଯେ ଚାରିପାଖରେ ଥିବା ଘର ସବୁକିଛି ଛାରଖାର ହୋଇଯାଇଥିଲା । ଶବ୍ଦ ଶୁଣି ସ୍ଥାନୀୟ ଲୋକେ ବାହାରକୁ ଆସିଲା ବେଳକୁ ଅଞ୍ଚଳ ପୂରା କଳା ଧୂଆଁରେ ଆସ୍ତରଣ ପଡିଯାଇଥିଲା । ୬ ଜଣଙ୍କୁ ଜିଲ୍ଲା ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନୀୟ ଲୋକେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ସେମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରିଛନ୍ତି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha