Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Droupadi Murmu: ଧବଳେଶ୍ବରଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ସ୍ପେଶାଲ୍ ଟ୍ରେନରେ ଫେରିବେ ଭୁବନେଶ୍ୱର

Droupadi Murmu: ଧବଳେଶ୍ବରଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ସ୍ପେଶାଲ୍ ଟ୍ରେନରେ ଫେରିବେ ଭୁବନେଶ୍ୱର

K NEWS 1 week ago

ବ୍ରହ୍ମପୁର: ବାବା ଧବଳେଶ୍ବରଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି । ବ୍ରହ୍ମପୁରରେ ଭୋରରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଗତକାଲି ଗୋଳାବନ୍ଧ ଆର୍ମି ଏଡି କଲେଜରେ ରାତ୍ର ଯାପନ କରିଥିଲେ । ଆଜି ଭୋରରୁ ଆର୍ମି ଏଡି କଲେଜରୁ ଚାଲି ଚାଲି ଧବଳେଶ୍ଵର ମନ୍ଦିରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ମନ୍ଦିରରେ ପହଞ୍ଚି ପୂଜକଙ୍କ ଦ୍ବାରା ସ୍ବତନ୍ତ୍ର ଭାବେ ବାବା ଧବଳେଶ୍ଵରଙ୍କୁ ପୂଜାର୍ଚ୍ଚନା କରିଥିଲେ ।

ଧବଳେଶ୍ଵର ମନ୍ଦିରରେ ପୂଜାର୍ଚ୍ଚନା ସରିବା ପରେ ରାଷ୍ଟ୍ରପତି ପୁଣି ଆର୍ମି ଏଡି କଲେଜକୁ ଯାଇଛନ୍ତି । ସକାଳ ୧୦ଟା୧୦ ମିନିଟରେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବେ । ଏହା ପରେ ୧୦ଟା ୨୦ ମିନିଟ୍ ସମୟରେ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି ।

ସେପଟେ ଆଜି ସ୍ୱତନ୍ତ୍ର ଟ୍ରେନ୍ ରେ ଭୁବନେଶ୍ୱର ଫେରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବ୍ରହ୍ମପୁରରୁ 'ପ୍ରେସିଡେଣ୍ଟ ସ୍ପେଶାଲ୍' ଟ୍ରେନ୍ ରେ ଫେରିବେ। କଡ଼ା ସୁରକ୍ଷା ବଳୟ ଓ ବ୍ୟାପକ ପ୍ରଶାସନିକ ବ୍ୟବସ୍ଥା କରାଯାଇଛି। ଗଞ୍ଜାମ ଜିଲ୍ଲାର ତପ୍ତପାଣି ନିକଟସ୍ଥ ମା' କାନ୍ଧୁଣୀ ଦେବୀ ପୀଠ ପରିଦର୍ଶନ ଓ ପୂଜାର୍ଚ୍ଚନା ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବ୍ରହ୍ମପୁରରୁ ସ୍ପେଶାଲ୍ ଟ୍ରେନ୍ ରେ ଭୁବନେଶ୍ୱର ଫେରିବେ । ପ୍ରାୟ ୧୭୦ କିଲୋମିଟର ଯାତ୍ରା ପାଇଁ ରେଳବାଇ ଓ ରାଜ୍ୟ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ଏବଂ ସମନ୍ୱିତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ଯାତ୍ରା କରିବାକୁ ଥିବା 'ପ୍ରେସିଡେଣ୍ଟ ସ୍ପେଶାଲ୍' କୋଚ୍ ରେ ଶୟନ କକ୍ଷ, ବୈଠକ ଓ ଭୋଜନ କକ୍ଷ, ପ୍ୟାଣ୍ଟ୍ରି ସହ ସମସ୍ତ ଆଧୁନିକ ସୁବିଧା ରହିଛି । ଯାତ୍ରା ସମୟରେ ଟ୍ରେନ୍ ର ଆଗ ଓ ପଛରେ ଏସ୍କର୍ଟ ଟ୍ରେନ୍ ଚଳାଚଳ କରିବ ଏବଂ ସେହି ରୁଟ୍ ରେ ଅନ୍ୟ କୌଣସି ଟ୍ରେନ୍ ଚଳାଚଳ କରିବ ନାହିଁ । ରୁଟ୍ ର ସମସ୍ତ ଷ୍ଟେସନ୍, ରେଳପଥ, ସେତୁ ଓ ସମ୍ବେଦନଶୀଳ ସ୍ଥାନରେ SPG, ଓଡ଼ିଶା ପୋଲିସ, RPF ଓ GRP ପକ୍ଷରୁ ବହୁସ୍ତରୀୟ ସୁରକ୍ଷା ବଳୟ ସୃଷ୍ଟି କରାଯାଇଛି । ଆଣ୍ଟି-ସାବୋଟାଜ୍ ଯାଞ୍ଚ, କ୍ୱିକ୍ ରିଆକ୍ସନ୍ ଟିମ୍ , ସ୍ନାଇପର୍ ମୁତୟନ ଏବଂ ରିଅଲ୍-ଟାଇମ୍ ଇଣ୍ଟେଲିଜେନ୍ସ ମନିଟରିଂ ବ୍ୟବସ୍ଥା ରହିଛି।

ଅନ୍ୟପଟେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ, ଭାରତୀୟ ରେଳବାଇ, ଓଡ଼ିଶା ପୋଲିସ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସମଗ୍ର ଯାତ୍ରାର ତଦାରଖ କରୁଛନ୍ତି। ପାଣିପାଗକୁ ଦୃଷ୍ଟିରେ ରଖି ବିକଳ୍ପ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଭୁବନେଶ୍ୱରରେ ପହଞ୍ଚିବା ପରେ ରାଷ୍ଟ୍ରପତି ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ଫେରିବେ। ଏହା ସହିତ ତାଙ୍କର ତିନି ଦିନିଆ ଓଡ଼ିଶା ଗସ୍ତର ସମାପ୍ତି ହେବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha