Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
F-35b Fighter Jet Crashes : ସାନ ଡିଏଗୋରେ ଅଗ୍ନିପିଣ୍ଡୁଳା ପାଲଟିଲା ଏଫ୍-୩୫ ଫାଇଟର୍ ଜେଟ୍

F-35b Fighter Jet Crashes : ସାନ ଡିଏଗୋରେ ଅଗ୍ନିପିଣ୍ଡୁଳା ପାଲଟିଲା ଏଫ୍-୩୫ ଫାଇଟର୍ ଜେଟ୍

K NEWS 2 months ago

ସାନ ଡିଏଗୋ : ଆମେରିକାର ସାନ ଡିଏଗୋରେ ମିରାମର ଏୟାରବେସ ନିକଟରେ ଏଫ୍-୩୫ ଦୁର୍ଘଟଣାଗ୍ରସ୍ତ ହୋଇଛି । ସାନ ଡିଏଗୋର ମାରିନ୍ କର୍ପସ୍ ଏୟାର ଷ୍ଟେସନ ମିରାମରରେ ଆମେରିକା ମାରିନ୍ କର୍ପସ୍ର ଏଫ୍-୩୫-ବି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟିକୁ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହାକୁ ଏକ କ୍ଲାସ -ଏ ଦୁର୍ଘଟଣା ବୋଲି କହିଛନ୍ତି ଆମେରିକୀୟ ଅଧିକାରୀ ।

ବିମାନଟି ମାରିନ୍ ଏୟାରକ୍ରାଫ୍ଟ ଗ୍ରୁପ୍ ୧୧ ର ତୃତୀୟ ଏୟାରକ୍ରାଫ୍ଟ ୱିଙ୍ଗରେ ସାମିଲ ଥିଲା । ତେବେ ପୂର୍ବାହ୍ନ ପ୍ରାୟ ୧୦ଟାରେ ଯୁଦ୍ଧ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଥିଲା । ଏୟାର ବେସ୍ ରେ ଖସିବା ପରେ ବିମାନ ଅଗ୍ନିପିଣ୍ଡୁଳା ସାଜିଥିଲା । ବିମାନ ଦୁର୍ଘଟଣା ହେବା ପୂର୍ବରୁ ପାଇଲଟ ନିଜ ଜୀବନ ବଞ୍ଚାଇଥିଲେ । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଆମେରିକୀୟ ସେନା ଦୁର୍ଘଟଣାର କାରଣ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରିନାହିଁ । ଏହା ହେଉଛି ଏକ ପଞ୍ଚମ ପିଢ଼ିର ଲଢୁଆ ବିମାନ । ଏହା ଏଫ୍-୩୫ର ଆମେରିକା ମାରିନ୍ କର୍ପସ ଦ୍ୱାରା ପରିଚାଳିତ । ଏହି ବିମାନର ମୂଲ୍ୟ ପ୍ରାୟ ୧୦୯ ନିୟୁତ ଡଲାର ବୋଲି କୁହାଯାଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha