ଘଟଗାଁ: କେନ୍ଦୁଝର ଗୁଳିକାଣ୍ଡ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜତୀନ୍ଦ୍ରଙ୍କ ମୃତ୍ୟୁ । ଗତ ରବିବାର ରାତିରେ କେନ୍ଦୁଝର ଘଟଗାଁ ଥାନା ଖୁଦୁପୁଟୁଳି ଗାଁରେ ଜତୀନ୍ଦ୍ର ମହାନ୍ତଙ୍କ ଘରେ ପଶି ୪ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ । ଜତୀନ୍ଦ୍ରଙ୍କ ପେଟରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ କଟକ SCB ସ୍ଥାନାନ୍ତର କରାଯାଇଥିଲା ।
ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଜତୀନ୍ଦ୍ରଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ମଧ୍ୟ ଦୋଷୀଙ୍କୁ ତୁରନ୍ତ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ଅନ୍ୟପଟେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜୋରଦାର ଭାବେ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ବ୍ୟକ୍ତିଗତ ଶତ୍ରୁତା, ପୂର୍ବ ବିବାଦ କିମ୍ବା ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେ ଦିଗରେ ପୋଲିସ ତଦନ୍ତ କରୁଛି।

