Dailyhunt
ଗାଧୋଇବାକୁ ଯାଇଥିଲେ ଦୁଇ ସାଙ୍ଗ, ପୋଖରୀରେ ବୁଡି ନାବାଳିକାଙ୍କ ମୃତ୍ୟୁ

ଗାଧୋଇବାକୁ ଯାଇଥିଲେ ଦୁଇ ସାଙ୍ଗ, ପୋଖରୀରେ ବୁଡି ନାବାଳିକାଙ୍କ ମୃତ୍ୟୁ

K NEWS 1 week ago

ବ୍ରହ୍ମପୁର : ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗ ମୃତ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ ପତାଣ୍ଡ ଗାଁରେ ଅଘଟଣ । ସପ୍ତମ ଶ୍ରେଣୀରେ ପଢୁଥିବା ଦୁଇ ଜଣ ସାଙ୍ଗ ଗାଁ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ଜଣେ ବୁଡ଼ିଯାଇଥିଲେ । ଯାହାକୁ ଦେଶି ଅନ୍ୟ ଜଣେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ।

ହେଲେ ଉଦ୍ଧାର କରିବା ବଦଳରେ ସେ ବି ବୁଡ଼ିଯାଇଥିଲେ । ସ୍ଥାନୀୟଲୋକେ ଦେଖି ପାଣିରୁ ଜଣକୁ ଉଦ୍ଧାର କରିଥିଲେ । ଆଉ ଜଣକୁ ପାଇନଥିଲେ ।

ତେବେ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଦୁଇ ଜଣଙ୍କୁ ଗୁରୁତର ଭାବେ ପାଣିରୁ ଉଦ୍ଧାର କରାଯାଇଥିଲା । ଏହାପରେ ସେମାନଙ୍କୁ ଦିଗପହଣ୍ଡି ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେପଟେ ଦୁଇ ସାଙ୍ଗଙ୍କ ମୃତ୍ୟୁ ଖବର ଶୁଣି ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି । କାନ୍ଦବୋବାଳିରେ ପୁରା ଗାଁ ଫାଟିପଡୁଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha