Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଘର ଆଗରୁ ଲୁଟିନେଲେ ଗ୍ରୋସରୀ ଭର୍ତ୍ତି ପିକଅପ୍ ଭ୍ୟାନ୍, ତଦନ୍ତ କରୁଛି ପୋଲିସ

ଘର ଆଗରୁ ଲୁଟିନେଲେ ଗ୍ରୋସରୀ ଭର୍ତ୍ତି ପିକଅପ୍ ଭ୍ୟାନ୍, ତଦନ୍ତ କରୁଛି ପୋଲିସ

K NEWS 6 days ago

କେନ୍ଦ୍ରପଡ଼ା: ବର୍ତ୍ତମାନର ଚୋରି ଏକ ସାଧାରଣ ସମସ୍ୟା ପାଲଟିଗଲାଣି । ସବୁଦିନ ଯେଉଁଠି ବି ହେଲେ ନିଶ୍ଚିତ ଚୋରି ହୋଇଥିବ । ଘରୁ ହେଉ କିମ୍ବା ବାହାର ସବୁଠି ହୋଇଥାଏ ଚୋରି । କେହି କେହି ବନ୍ଧୁକ ଦେଖାଇ ଲୁଟୁଛନ୍ତି ତ ଆଉ କେହି କଳା କପଡ଼ା ଘୋଡ଼ାଇ ହୋଇ ଲୁଟୁଛନ୍ତି । ଏହିଭଳି ଏକ ଘଟଣା କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଛି । ଯେଉଁଠାରେ ଗ୍ରୋସରୀ ଭର୍ତ୍ତି ପିକଅପ୍ ଭ୍ୟାନକୁ ଲୁଟି ନେଇଛନ୍ତି ।

ଘର ଆଗରୁ ଲୁଟିନେଲେ ଗ୍ରୋସରୀ ଭର୍ତ୍ତି ପିକଅପ୍ ଭ୍ୟାନ୍। କେନ୍ଦ୍ରାପଡା ସଦର ଥାନା ଛଘରିଆ ଗାଁରେ ଲୁଟ୍ ହୋଇଛି । ଗାଁର ରଶ୍ମିକାନ୍ତ ସାହୁ ପିକଅପ୍ ଭ୍ୟାନରେ କଟକ ମାଲଗୋଦାମରୁ ୩ ଲକ୍ଷ ଟଙ୍କାର ଗ୍ରୋସରୀ ଆଣି ଦୋକାନ ଆଗରେ ରଖିଥିଲେ । ସକାଳୁ ଅନଲୋଡ୍ ହେବାର ଥିଲା । ହେଲେ ଗତକାଲି ରାତିରେ ସମସ୍ତ ସାମଗ୍ରୀ ଚୋରି କରିନେଇଛନ୍ତି ଲୁଟେରା । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ରଶ୍ମିକାନ୍ତ । ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି ପୋଲିସ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha