Dailyhunt
ଘରେ ପଶି ଆକ୍ରମଣ କଲେ ଦୁବୃର୍ତ୍ତ, ଜଣେ ମହିଳା ମୃତ, ୯ ଆହତ

ଘରେ ପଶି ଆକ୍ରମଣ କଲେ ଦୁବୃର୍ତ୍ତ, ଜଣେ ମହିଳା ମୃତ, ୯ ଆହତ

K NEWS 2 weeks ago

ତିଶଗଡ଼ : ଛତିଶଗଡ଼ ରତନପୁର ଅଞ୍ଚଳରେ ପେଣ୍ଡରୱା ଗ୍ରାମ ପଞ୍ଚାୟତରେ ହୃଦୟ ବିଦାରକ ଘଟଣା ଘଟିଛି । ଘରେ ପଶି କିଛି ଦୁବୃର୍ତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଛି ।

ରତନପୁରରେ ପେଣ୍ଡରୱା ଗ୍ରାମପଞ୍ଚାୟତରେ ଥିବା ଗୋଟିଏ ଘରେ କିଛି ଦୁବୃର୍ତ୍ତ ପଶି ମରଣାନ୍ତକ ଆକ୍ରମଣ କରିଥିଲେ ।

ଫଳରେ ଘରେ ଥିବା ବୟସ୍କା ମହିଳା ଜଣକର ଜୀବନ ଚାଲିଯାଇଥିଲା । ଘଟଣାରେ ମୋଟ୍ ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ଆହତ ମାନଙ୍କ ମଧ୍ୟରେ ରେହାନା ବେଗମ, ଶହନାମ ବେଗମ, ଶେଖ ସୁହାନ, ପରୀ ପରଓ୍ବିନ, ଅଲିଶା ପରୱିନ, ଆହିସ୍ତା ପରୱିନ, ସନା ପରୱିନ ଏବଂ ଶେଖ ସବ୍ବିର ସାମିଲ ରହିଛନ୍ତି । ସମସ୍ତ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କର ଚିକିତ୍ସା ଚାଲିଛି । ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଭୟଭୀତ ରହିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha