ଗୁଜରାଟ : ଗୁଜରାଟର ନବସାରୀ ଜିଲ୍ଲାରେ ସକାଳୁ ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୪ ରହିଥିଲା । ଭୂକମ୍ପ ଝଟକା ସକାଳ ୫ଟା ୨୭ ମିନିଟରେ ଆସିଥିଲା । ଯାହାର କେନ୍ଦ୍ର ବାସନ୍ଦାରୁ ୨୨ କିମି ପୂର୍ବ ଦକ୍ଷିଣପୂର୍ବରେ ରହିଥିଲା । ସ୍ଥାନୀୟ ଅଧିକାରୀଙ୍କ କହିବା ମୁତାବକ, ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ ।
ଗତ ୧୦ ଦିନ ଭିତରେ ଗୁଜରାଟରେ ୩ ଥର ଭୂକମ୍ପ ଝଟକା ଅନୁଭୂତ ହେଲାଣି । ଏହାପୂର୍ବରୁ ଅମରୋଲୀ ଜିଲ୍ଲାରେ ରବିବାର ୩.୧ ତୀବ୍ରତାର ଭୂକମ୍ପ ଆସିଥିଲା । ଭୂକମ୍ପ ଝଟକା ୪.୧୦ ମିନିଟରେ ଆସିଥିଲା । ଗତ ୬ ଦିନ ତଳେ ଲଦାଖରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୯ ଥିଲା । ଭୂକମ୍ପ ସକାଳ ୮ଟା ୩୧ ମିନିଟ ସମୟରେ ଅନୁଭୂତ ହୋଇଥିଲା ।
ସୂଚନାଯୋଗ୍ୟ, ଆଜି ସକାଳେ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୪ ରହିଛି । ସକାଳ ୬.୪୮ ମିନିଟରେ ମୋଲୁକା ସାଗରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପ ପରେ ପ୍ରଶାନ୍ତ ମହାସାଗରରେ ସୁନାମି ସତର୍କତା ଜରି କରାଯାଇଛି । ସମୁଦ୍ରରେ ୧ ମିଟର ଉଚ୍ଚର ଲହରୀ ଆସିବାର ଆଶଙ୍କା ରହିଛି ।

