ଅନୁଗୁଳ : କଳାବଜାରୀ ରୋକିବାକୁ ଯୋଗାଣ ବିଭାଗ ଅନୁଗୋଳର ବିଭିନ୍ନ ସ୍ଥାନରେ ଯୋଗାଣ ବିଭାଗର ରେଡ୍ । କଳାବଜାରୀ କରୁଥିବା ଦୋକାନୀଙ ଉପରେ ଚଢ଼ାଉ ହୋଇଛି । ଗ୍ୟାସ କଳା ବଜାରୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ । ୪ଟି ସିଲିଣ୍ଡର ଜବତ କରାଯାଇଛି | ଯୋଗାଣ ବିଭାଗ ପକ୍ଷରୁ ଗ୍ୟାସ କଳା ବଜାରୀ ଉପରେ କଡ଼ା ଅଭିଯାନ ଚାଲିଥିବାବେଳେ ଏକ ହୋଟେଲରେ ବେଆଇନ ଭାବେ ଘରୋଇ ଗ୍ୟାସ ବ୍ୟବହାର କରାଯାଉଥିବା ଖବର ପାଇ ଚଢ଼ାଉ କରିଥିଲା ।
ଏହି ଚଢ଼ାଉ ସମୟରେ ଅନିୟମିତ ଭାବେ ମହଜୁଦ ରଖାଯାଇଥିବା ୪ଟି ଗ୍ୟାସ ସିଲିଣ୍ଡରକୁ ଜବତ କରାଯାଇଛି।
ସୂଚନାଯୋଗ୍ୟ, କିଛି ଘଣ୍ଟା ପୂର୍ବରୁ ଭୁବନେଶ୍ୱରରେ ବେଆଇନ ଗ୍ୟାସ ମହଜୁଦ ରଖିବା ଅଭିଯୋଗରେ ବଡ଼ ଧରଣର ଚଢାଉ ହୋଇଛି । ଗ୍ୟାସ ଗୋଦାମରେ ଯୋଗାଣ ବିଭାଗ ଚଢାଉ କରିଥିଲା । ଭୁବନେଶ୍ବର ସାମନ୍ତରାପୁର ଛକ ନିକଟରେ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ମିଳିଲା ବିପୁଳ ପରିମାଣର ଗ୍ୟାସ ଟ୍ୟାଙ୍କି ଜବତ ହୋଇଛି ।
ଗତମାସ ସୂଚନାଥିଲା କି, ରାଜ୍ୟରେ ଗ୍ୟାସ୍ ସଙ୍କଟ ନାହିଁ । ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥିଲା । ତେଣୁ ଲୋକଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କୁହାଯାଉଥିଲା । ପୂର୍ବରୁ କମର୍ସିଆଲ ଗ୍ୟାସ ବଣ୍ଟନ ୨୦ ପ୍ରତିଶତ ରହିଥିଲା । ଏବେ କେନ୍ଦ୍ର ସରକାର ଆଉ ୨୦ ପ୍ରତିଶତ ମଞ୍ଜୁର କରିଥିବାରୁ ରେଷ୍ଟୁରାଣ୍ଟ ଓ ହୋଟେଲକୁ ସହଜରେ ଗ୍ୟାସ ମିଳିବ । ଏହାସହ ଆଉ ୧୦ ପ୍ରତିଶତ ବଢାଇବା ପାଇଁ ଆଲୋଚନା ଚାଲିଥିଲା । କମର୍ସିଆଲ ଗ୍ୟାସ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ପୂରଣ ହେବା ଆଶା କରାଯାଉଥିଲା।

