Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରସ୍ତା ଉପରେ ଶହ ଶହ ଗ୍ରାମବାସୀଙ୍କ ଧାରଣା

ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରସ୍ତା ଉପରେ ଶହ ଶହ ଗ୍ରାମବାସୀଙ୍କ ଧାରଣା

K NEWS 2 weeks ago

ବାଙ୍କି: ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ । ରସ୍ତା ଉପରେ ଶହ ଶହ ଗ୍ରାମବାସୀ ଙ୍କ ଧାରଣା । ଗତ କାଲି ରାତି ୯ଟା ସମୟରେ ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ ଖଳିପଲ୍ଲୀ ଗାଆଁ ନିକଟରେ ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁର ଖବର ପ୍ରଚାରିତ ହେବା ମାତ୍ରେ ଶହ ଶହ ଲୋକ ରାସ୍ତା ଉପରେ ଧାରଣାରେ ବସି ରହିଛନ୍ତି।

ଦୀର୍ଘ ୧୦ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ବି କୌଣସି ସମାଧାନ ହୋଇ ନ ଥିବା ରୁ ଲୋକେ ରାସ୍ତା ଉପରେ ଧାରଣାରେ ବସି ରହିଛନ୍ତି । ଘଟଣା ସ୍ଥଳରେ ବାଙ୍କୀ, ବୈଦେଶ୍ୱର ପୋଲିସ ପହଞ୍ଚି ଧାରଣାରତ ଗ୍ରାମବାସୀଙ୍କୁ ବୁଝାସୁଝା କରୁଛନ୍ତି । ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ବୈଦେଶ୍ୱର କଳାପଥର ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି । ରାସ୍ତାର ଦୁଇ ପାର୍ଶ୍ବରେ ଗାଡ଼ି ଅଟକି ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha