ହାର୍ଦ୍ଦିକ ପାଣ୍ଡ୍ୟା ଇଣ୍ଟରନ୍ୟାସନାଲ କ୍ରିକେଟକୁ ଫେରିବାକୁ ନେଇ ଫ୍ୟାନ୍ସ ଚାହିଁ ରହିଥିବା ବେଳେ ପୁଣି ଥରେ ଆହତ ହୋଇଛନ୍ତି । ହାର୍ଦ୍ଦିକଙ୍କ ଫେରିବାକୁ ନେଇ ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ୍ ଖୁସି ହୋଇଯାଇଥିଲା । କିନ୍ତୁ ପାଣ୍ଡ୍ୟା ପୁଣି ଆହତ ହୋଇଥିବା ଖବର ମିଳିଛି । ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସୀରେ ଟ୍ରେନିଂ ସମୟରେ ତାଙ୍କ ପାଦରେ ଆଘାତ ଲାଗିଥିଲା ।
ତେଣୁ ଆଫଗାନିସ୍ତାନ ବିପକ୍ଷ ସିରିଜ ପାଇଁ ତାଙ୍କ ଅନୁପସ୍ଥିତି ଜଣାପଡୁଛି ।
ଖବର ମୁତାବକ, ହାର୍ଦ୍ଦିକ ବିସିସିଆଇର ସେଣ୍ଟର୍ ଅଫ୍ ଏକ୍ସଲେନ୍ସରେ ଟ୍ରେନିଂ ସମୟରେ ଆହତ ହୋଇଛନ୍ତି । ତାଙ୍କ ଗୋଡରେ ଆଘାତ ଲାଗିଛି । ତେଣୁ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ତିନୋଟି ଟି୨୦ ମ୍ୟାଚରେ ସେ ଖେଳିବେ ନା ନାହିଁ ତାହାକୁ ନେଇ ପ୍ରଶ୍ନ ଦେଖାଦେଇଛି । ହାର୍ଦ୍ଦିକ ଫିଟ୍ ଥାଇ ଟ୍ରେନିଂରେ ଭାଗ ନେଉଥିଲେ । କିନ୍ତୁ ଏହି ସମୟରେ ତାଙ୍କ ଗୋଡ଼ରେ ଆଘାତ ଲାଗିବା ଯୋଗୁଁ ବୋଲିଂ କରିନାହାନ୍ତି । ତାଙ୍କ ବୋଲିଂ ପାଇଁ ମନା କରାଯାଇଛି । ହାର୍ଦ୍ଦିକ ଖୁବ୍ ଶୀଘ୍ର ବୋଲିଂ ଅଭ୍ୟାସ କରିପାରନ୍ତି ।
ସେପ୍ଟେମ୍ବର ୧୩ ତାରିଖରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପାଇଁ ଫିଟନେସ ଠିକ୍ ନାହିଁ । ତାଙ୍କ ପାଇଁ ଏହି ରାସ୍ତା କଠିନ ହୋଇଛି । ତାଙ୍କର ବ୍ୟାଟିଂକୁ ନେଇ କୌଣସି ସମସ୍ୟା ନାହିଁ । କିନ୍ତୁ ଗୋଡ଼ରେ ଆଘାତ ଲାଗିବା ଯୋଗୁଁ ବୋଲିଂ କରିପାରୁନାହାନ୍ତି । ଏବେ ସେଣ୍ଟର ଅଫ୍ ଏକ୍ସଲେନ୍ସରୁ କ୍ଲିଅରାନ୍ସ ମିଳିବା ପରେ ହିଁ ହାର୍ଦ୍ଦିକଙ୍କୁ ଦଳରେ ସ୍ଥାନ ମିଳିବ । ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି । ଦଳରେ ଚୟନ ପୂର୍ବରୁ ସେ ଫିଟ୍ ହେବେ ବୋଲି ସମସ୍ତେ ଆଶା କରୁଛନ୍ତି ।
ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍ ଚୟନ ଏହି ସପ୍ତାହରେ ହେବାର ଆଶ ରହିଛି । ଚୟନକର୍ତ୍ତା ଦିଲ୍ଲୀରେ ଏନେଇ ବୈଠକ କରିବେ ।

