କେନ୍ଦୁଝର: ହାତୀପଲଙ୍କୁ ଟେକା ଫିଙ୍ଗି ୪ ଗିରଫ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଞ୍ଚଳରେ ହାତୀପଲଙ୍କୁ ଟେକାପଥର ମାଡ଼ କରିବା ଅଭିଯୋଗରେ ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ସୂଚନା ମିଳିଛି । ଗତ କିଛି ଦିନ ଧରି ପାଟଣା ରେଞ୍ଜ ଅଞ୍ଚଳରେ ୪ ଟିକିଆ ହାତୀପଲ ବୁଲୁଥିଲେ।
ଏହି ସମୟରେ କିଛି ସ୍ଥାନୀୟ ବ୍ୟକ୍ତି ହାତୀମାନଙ୍କୁ ଘଉଡାଇବା ପାଇଁ ଟେକାପଥର ମାଡ଼ କରିଥିବା ଅଭିଯୋଗ ହୋଇଥିଲା ।
ଘଟଣା ସମ୍ବନ୍ଧୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବନ ବିଭାଗ ତତ୍ପରତା ଦେଖାଇଥିଲା। ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବାରୁ ସେମାନଙ୍କ ବିରୋଧରେ ଜୁଭେନାଇଲ ଜଷ୍ଟିସ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି DFO କହିଛନ୍ତି । ହାତୀପଲଙ୍କୁ ଏପରି ଭାବେ ହଇରାଣ କରିବା ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଗିରଫ ହୋଇଥିବା ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୁଚନା ମିଳିଛି ।

