ଭୁବନେଶ୍ବର: ଇନସପେକ୍ଟର ବିୟୁଟି ମହାନ୍ତି ମୃତ୍ୟୁକୁ ନେଇ ଜାରି ରହିଛି ସସ୍ପେନ୍ସ । କାହିଁକି ଆତ୍ମହତ୍ୟା କଲେ, କ'ଣ ହୋଇପାରେ ଆତ୍ମହତ୍ୟାର କାରଣ ? ଏହି ପ୍ରଶ୍ନ ଉଠୁଥିବା ବେଳେ ସାମ୍ନାକୁ ଆସିଛି ଵିୟୁଟିଙ୍କ ସ୍ବାମୀ ସମୀରଙ୍କ ପ୍ରତିକ୍ରିୟା । ଗଣମାଧ୍ୟମ ଆଗରେ କହିଛନ୍ତି,ରାତି ୧୦ଟା୨୫ରେ ଶେଷ ଥର ପାଇଁ ଵିୟୁଟିଙ୍କ ସହ ଫୋନରେ କଥା ହୋଇଥିଲି ।
କଥାବାର୍ତ୍ତାରୁ ସେ ବେଶ୍ ସ୍ବାଭାବିକ ଜଣା ପଡୁଥିଲେ। ପରେ ରାତିରେ ପୁଣିଥରେ ଫୋନ୍ କରିଥିଲି । ଵିୟୁଟି କିନ୍ତୁ ଫୋନ୍ ଉଠାଇ ନଥିଲେ । ଵିୟୁଟି କାମରେ ବ୍ୟସ୍ତ ଥିବା ଭାଵି ମୁଁ ଆଉ ଫୋନ କରିନଥିଲି । ଘଟଣାରେ ସମସ୍ତେ ଭାଙ୍ଗି ପଡ଼ିଛୁ ବୋଲି କହିଛନ୍ତି ବିୟୁଟିଙ୍କ ସ୍ବାମୀ । ସେହିଭଳି, ବିୟୁଟିଙ୍କ ଭଉଣୀ ପ୍ରତିକ୍ରିୟା ରଖି କହିଛନ୍ତି, 'ବିୟୁଟି ଜଣେ ଦୃଢ଼ ମାନସିକତାର ମହିଳା। ତେଣୁ ସେ ସାଧାରଣ କଥାରେ ଆତ୍ମହତ୍ୟା କରିବା କେବେ ବିଶ୍ୱାସ କରିହେଉ ନାହିଁ।
ବିୟୁଟିଙ୍କର ଶରୀରର କିଛି ଅଂଶରେ କିଛି ଆଘାତର ଚିହ୍ନ ଥିବା ଭଳି ଲାଗୁଛି।' ତେଣୁ ପରିବାର ତାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି ସୁଇଟି। ତେବେ ପୋଲିସ ଅନୁସନ୍ଧାନ ଉପରେ ଭରସା ଥିବା କହିଛନ୍ତି ଭଉଣୀ ସୁଇଟି ମହାନ୍ତି। ଶୁକ୍ରବାର ରାତି ପ୍ରାୟସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍ବାଭାବିକ ଅବସ୍ଥାରେ ଡ୍ୟୁଟି କରିଥିଲେ IIC ବିୟୁଟି ମହାନ୍ତି। ରାତି ସାଢେ ୧୦ଟା ପରେ ମହିଳା ଥାନା ଅଧିକାରୀ ଜଣକ ନିଜ ସରକାର ବାସଭବନକୁ ନଯାଇ, ଥାନାର ଉପର ମହଲାରେ ଥିବା ରେଷ୍ଟରୁମକୁ ଯାଇଥିଲେ । ରାତିରେ ତାଙ୍କ ଅର୍ଡ଼ରଲି ଖାଇବାକୁ ନେଇ ଯାଇଥିଲେ ମଧ୍ୟ କଲ୍ ଉଠାଇନଥିଲେ । ଶନିବାର ସକାଳୁ ସେ ବହୁ ସମୟ ଧରି କବାଟ ଖୋଲିନଥିଲେ । ଏମିତିକି ତାଙ୍କୁ ବହୁ ବାର ଫୋନ୍ କରାଯିବ ସତ୍ତ୍ବେ ସେ ଫୋନ୍ ଉଠାଇନଥିଲେ । ଫଳରେ ଥାନାର କର୍ମଚାରୀମାନେ ସନ୍ଦେହ କରିଥିଲେ ।

