Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Investors Meet : ସେପ୍ଟେମ୍ବର ୮-୯ ରେ ଦୁବାଇ ଇନଭେଷ୍ଟର୍ସ ମିଟ୍, ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Investors Meet : ସେପ୍ଟେମ୍ବର ୮-୯ ରେ ଦୁବାଇ ଇନଭେଷ୍ଟର୍ସ ମିଟ୍, ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

K NEWS 1 week ago

ଭୁବନେଶ୍ୱର : ସେପ୍ଟେମ୍ବର ୮-୯ରେ ଦୁବାଇ ଇନଭେଷ୍ଟର୍ସ ମିଟ୍ । ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାକୁ ଅଧିକ ବିଦେଶୀ ପୁଞ୍ଜି ଆଣିବା ପାଇଁ ପୁଣି ଏକ ବଡ଼ ପ୍ରୟାସ। ଆସନ୍ତା ସେପ୍ଟେମ୍ବର ୮ ଓ ୯ ତାରିଖରେ ୟୁଏଇର ଦୁବାଇରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ମିଟ୍ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ବିଶ୍ୱର ଅନ୍ୟତମ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଦୁବାଇରେ ଓଡ଼ିଶାର ଶିଳ୍ପ ସମ୍ଭାବନାକୁ ବିଦେଶୀ ନିବେଶକଙ୍କ ସମ୍ମୁଖରେ ରଖିବେ ମୁଖ୍ୟମନ୍ତ୍ରୀ।

ଏହି ଦୁଇଦିନିଆ ନିବେଶକ ସମ୍ମିଳନୀରେ ଓଡ଼ିଶା ସରକାର ମେଟାଲ୍ ଓ ଡାଉନ୍ ଷ୍ଟ୍ରିମ୍ ଶିଳ୍ପ, ପେଟ୍ରୋକେମିକାଲ୍ସ, ଗ୍ରୀନ୍ ଏନର୍ଜି, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ୍, ଇଲେକ୍ଟ୍ରୋନିକ୍ସ, ପୋର୍ଟ ଓ ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ଥିବା ନିବେଶ ସୁଯୋଗକୁ ସାମ୍ନାକୁ ଆଣିବା ଆଶା କରାଯାଉଛି। ଦୁବାଇ କେବଳ ୟୁଏଇ ନୁହେଁ, ସମଗ୍ର ମଧ୍ୟପ୍ରାଚ୍ୟର ଏକ ପ୍ରମୁଖ ବ୍ୟବସାୟିକ ଓ ଆର୍ଥିକ ହବ୍।

ତେଣୁ ଏହି ମଞ୍ଚ ଜରିଆରେ ୟୁଏଇ ସହ ମଧ୍ୟପ୍ରାଚ୍ୟରେ କାରବାର କରୁଥିବା ବଡ଼ ବଡ଼ ଅନ୍ତର୍ଜାତୀୟ କମ୍ପାନୀଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆକୃଷ୍ଟ କରିବାର ସୁଯୋଗ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତରୁ ନୂଆ ନିବେଶ ପ୍ରସ୍ତାବ, ବଡ଼ ପ୍ରକଳ୍ପ ଏବଂ ରାଜ୍ୟରେ ଅଧିକ ନିଯୁକ୍ତି ସୃଷ୍ଟି ନେଇ ଆଶା ବଢ଼ିଛି। ସେପ୍ଟେମ୍ବର ୮-୯ର ଏହି ଇନଭେଷ୍ଟର୍ସ ମିଟ୍ ରୁ ଓଡ଼ିଶାକୁ କେତେ ନିବେଶ ପ୍ରତିଶ୍ରୁତି ମିଳୁଛି ଏବଂ କେଉଁ ବଡ଼ କମ୍ପାନୀ ଓଡ଼ିଶା ପ୍ରତି ଆଗ୍ରହ ଦେଖାଉଛନ୍ତି, ତାହା ଉପରେ ନଜର ରହିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha