Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Iron Ore Grade: ଲୁହାପଥର ଗ୍ରେଡ୍ ହେରଫେର ଅଭିଯୋଗ, ଇସ୍ପାତ ସଂସ୍ଥାଙ୍କୁ ସରକାରଙ୍କ କଡ଼ା ଚେତାବନୀ

Iron Ore Grade: ଲୁହାପଥର ଗ୍ରେଡ୍ ହେରଫେର ଅଭିଯୋଗ, ଇସ୍ପାତ ସଂସ୍ଥାଙ୍କୁ ସରକାରଙ୍କ କଡ଼ା ଚେତାବନୀ

K NEWS 1 week ago

ଭୁବନେଶ୍ୱର : ଲୁହାପଥର ଗ୍ରେଡ୍ ହେରଫେର ଅଭିଯୋଗ । ଖଣି କମ୍ପାନୀ ଓ ଇସ୍ପାତ ସଂସ୍ଥାଙ୍କୁ ଓଡ଼ିଶା ସରକାରଙ୍କ କଡ଼ା ଚେତାବନୀ । ଲୁହାପଥର ଗ୍ରେଡ୍ କୁ ଭୁଲ ଭାବେ ଦର୍ଶାଇ ସରକାରୀ ରାଜସ୍ୱରେ କ୍ଷତି ଘଟାଇବା ଅଭିଯୋଗକୁ ନେଇ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଖଣି ଲିଜଧାରୀ ଓ ପ୍ରମୁଖ ଇସ୍ପାତ କମ୍ପାନୀମାନଙ୍କୁ ଏନେଇ କଡ଼ା ଚେତାବନୀ ଦିଆଯାଇଛି ।

ସରକାରୀ ଯାଞ୍ଚରେ କେତେକ ଲିଜଧାରୀ ଲୁହାପଥରର ପ୍ରକୃତ ଗ୍ରେଡ୍ ଠାରୁ କମ୍ ଗ୍ରେଡ୍ ଦର୍ଶାଇଥିବା ଅଭିଯୋଗ ହୋଇଛି । ଫଳରେ ରୟାଲ୍ଟି, ନିଲାମ ପ୍ରିମିୟମ୍ ଓ ଅନ୍ୟାନ୍ୟ ସରକାରୀ ଦେୟରେ ରାଜ୍ୟର ବ୍ୟାପକ ରାଜସ୍ୱ କ୍ଷତି ହୋଇଥିବା ସରକାର କହିଛନ୍ତି । ତେବେ ଗ୍ରେଡ୍ ହେରଫେର, ଭୁଲ ଘୋଷଣା କିମ୍ବା ଖଣିଜର ମୂଲ୍ୟ ଲୁଚାଇବା ଭଳି କାର୍ଯ୍ୟକୁ ଗୁରୁତର ଅପରାଧ ଭାବେ ନିଆଯିବ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜୁଲାଇ ୧୩ରେ ଅନୁଷ୍ଠିତ ବୈଠକରେ ଖଣି ଓ ଇସ୍ପାତ କମ୍ପାନୀମାନଙ୍କୁ ସ୍ପଷ୍ଟ ଭାବେ କୁହାଯାଇଛି ।

ପୂର୍ବରୁ ଯୋଡ଼ା, କୋଇଡ଼ା, ଯାଜପୁର ରୋଡ଼, କେନ୍ଦୁଝର ଓ ବାରିପଦା ଖଣି ସର୍କଲର ୬୫ଟି ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ସନ୍ତୋଷଜନକ ଉତ୍ତର ନ ମିଳିଲେ ଲିଜ୍ ବାତିଲ ଓ ପରଫର୍ମାନ୍ସ ସିକ୍ୟୁରିଟି ଜବତ ହେବାର ଚେତାବନୀ ମଧ୍ୟ ଦିଆଯାଇଛି। ଏହି ତାଲିକାରେ ବହୁ ଗୁରୁତ୍ୱପୂର୍ଣ୍ଣ ମାଇନିଂ ସଂସ୍ଥାର ନାଁ ରହିଛି। ତେବେ କିଛି କମ୍ପାନୀ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଖଣିର ଭୂତାତ୍ତ୍ୱିକ ଗଠନ ଅନୁଯାୟୀ ଗ୍ରେଡ୍ ନିର୍ଣ୍ଣୟ ହୁଏ ଏବଂ ଏଥିରେ କୌଣସି ଇଚ୍ଛାକୃତ ହେରଫେର ହୋଇନାହିଁ ବୋଲି କହିଛନ୍ତି ।

CAGର ରିପୋର୍ଟ ଅନୁସାରେ ୨୦୨୦-୨୧ ଓ ୨୦୨୧-୨୨ ମଧ୍ୟରେ ଲୁହାପଥର କମ୍ ମୂଲ୍ୟାୟନ ଯୋଗୁଁ ପ୍ରାୟ ୪ ଲକ୍ଷ ୧୬୨ ହଜାର ୭୯ କୋଟି ରାଜସ୍ୱ କ୍ଷତି ହୋଇଥିବା ଆକଳନ କରାଯାଇଛି । ଏହା ପରେ ରାଜ୍ୟ ସରକାର ତୃତୀୟ ପକ୍ଷ ସାମ୍ପଲିଂ, ଡିଜିଟାଲ ଟ୍ରାକିଂ ଓ କଡ଼ା ଯାଞ୍ଚ ବ୍ୟବସ୍ଥାକୁ ଆହୁରି ଜୋରଦାର କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha