ଯଦି ଆପଣ ବାରମ୍ବାର ନିଜର ଚାବି, ବ୍ୟାଗ୍ କିମ୍ବା ଅନ୍ୟ ଜରୁରୀ ସାମଗ୍ରୀ କେଉଁଠି ରଖି ଭୁଲିଯାଉଛନ୍ତି, ତେବେ ଜିଓ ଆପଣଙ୍କ ପାଇଁ ଆଣିଛି ନୂଆ JioTag 2 । ଏହି ସ୍ମାର୍ଟ ଟ୍ରାକର୍ ଏବେ ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ଉଭୟ ସହ କାମ କରିବ । କମ୍ପାନୀ ଏଥିରେ ନୂଆ ଡିଜାଇନ୍ ସହିତ ପୂର୍ବ ଅପେକ୍ଷା ଅଧିକ ଉନ୍ନତ ଟ୍ରାକିଂ ଫିଚର୍ ଦେଇଛି ।
JioTag 2ର ସବୁଠାରୁ ବଡ଼ ଖାସ୍ କଥା ହେଉଛି, ଏହା ଏବେ ଆଣ୍ଡ୍ରଏଡ୍ ଓ iOS ଦୁଇଟି ପ୍ଲାଟଫର୍ମକୁ ସପୋର୍ଟ କରୁଛି । ପୂର୍ବରୁ ଥିବା JioTag ଉଭୟ ପ୍ଲାଟଫର୍ମରେ କାମ କରୁନଥିଲା । ନୂଆ ମଡେଲଟି Google Find Hub ଏବଂ Apple Find My Network ସହ ଯୋଡ଼ି ହୋଇ କାମ କରେ । ଏହା ମାଧ୍ୟମରେ ୟୁଜର୍ ନିଜର ହଜିଯାଇଥିବା ଜିନିଷ ସେମି-ରିଅଲ୍ ଟାଇମ୍ ଲୋକେସନ୍ ଦେଖିପାରିବେ । ବ୍ଲୁଟୁଥ୍ ରେଞ୍ଜ୍ ବାହାରେ ଥିଲେ ମଧ୍ୟ ମ୍ୟାପ୍ ମାଧ୍ୟମରେ ଜିନିଷର ଦିଗ ଜାଣିହେବ ।
JioTag 2କୁ ପଲିକାର୍ବୋନେଟ୍ ମ୍ୟାଟେରିଆଲରେ ତିଆରି କରାଯାଇଛି । ଏହାକୁ IP64 ରେଟିଂ ମିଳିଛି, ଯାହା ଏହାକୁ ୱାଟର ଓ ଡଷ୍ଟରୁ ସୁରକ୍ଷା ଦେଇଥାଏ । ଏଥିରେ ୧୨୦dB ଇନବିଲ୍ଟ ସ୍ପିକର୍ ଦିଆଯାଇଛି, ଯାହା ବ୍ଲୁଟୁଥ୍ ରେଞ୍ଜ୍ ଭିତରେ ଥିବା ଜିନିଷକୁ ହାଇ ସାଉଣ୍ଡ ମାଧ୍ୟମରେ ଖୋଜିବାରେ ସାହାଯ୍ୟ କରେ । ଏଥିରେ ନନ୍-ଷ୍ଟାଣ୍ଡାର୍ଡ ବ୍ୟାଟେରୀ ବ୍ୟବହାର କରାଯାଇଛି । ଦୈନନ୍ଦିନ ଜୀବନରେ ଆବଶ୍ୟକ ଜିନିଷକୁ ସହଜରେ ଟ୍ରାକ୍ କରିବା ପାଇଁ ଏହି ଡିଭାଇସକୁ ଡିଜାଇନ୍ କରାଯାଇଛି ।
ପ୍ରାଇସ୍:
ଭାରତରେ JioTag 2ର ମୂଲ୍ୟ ୧,୨୪୯ ଟଙ୍କା ରଖାଯାଇଛି । ବ୍ୟାଙ୍କ ଅଫର୍ ଅନୁଯାୟୀ ଏହାର ଦାମ ୧,୧୯୯ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ଏହା ବ୍ଲାକ୍, ରେଡ୍ ଓ ଗ୍ରୀନ୍ ଭଳି ତିନୋଟି କଲରରେ ଉପଲବ୍ଧ ହେବ । କମ୍ପାନୀ ଏହାକୁ ନୂଆ ଡିଜାଇନ୍ ଓ ନୂଆ ଫିଚର ସହ ଲଞ୍ଚ କରିଛି । ଗ୍ରାହକମାନେ ଏହାକୁ Amazon India ମାଧ୍ୟମରେ କିଣିପାରିବେ ।

