Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜୁଲାଇ ୨୦ରେ ଶନି ନକ୍ଷେତ୍ରରେ ପ୍ରବେଶ କରିବେ ସୂର୍ଯ୍ୟଦେବ, ଏହି ରାଶିଙ୍କୁ ମିଳିବ ଲାଭ

ଜୁଲାଇ ୨୦ରେ ଶନି ନକ୍ଷେତ୍ରରେ ପ୍ରବେଶ କରିବେ ସୂର୍ଯ୍ୟଦେବ, ଏହି ରାଶିଙ୍କୁ ମିଳିବ ଲାଭ

K NEWS 1 week ago

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବଙ୍କ ନକ୍ଷେତ୍ର ପରିବର୍ତ୍ତନକୁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଗୋଚର ବୋଲି ବିବେଚନା କରାଯାଏ । ୨୦ ଜୁଲାଇ ୨୦୨୬ରେ ସୂର୍ଯ୍ୟଦେବ ଶନିଙ୍କ ଦ୍ବାରା ଶାସିତ ଏବଂ ନକ୍ଷେତ୍ରର ରାଜା ମନାଯାଉଥିବା ପୁଷ୍ୟ ନକ୍ଷେତ୍ରରେ ପ୍ରବେଶ କରିବେ । ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ଶତ୍ରୁତା ଭାବନା ଥାଏ କିନ୍ତୁ ପୁଷ୍ୟ ନକ୍ଷେତ୍ରକୁ ଅତ୍ୟନ୍ତ ଶୁଭ, ପୋଷଣକାରୀ ଏବଂ ସମୃଦ୍ଧିଶାଳୀ ବୋଲି ବିବେଚନା କରାଯାଏ ।

ଯେତେବେଳେ ଆତ୍ମା ଏବଂ ମାନ ସମ୍ମାନର କାରକ ସୂର୍ଯ୍ୟ ଏହି କଲ୍ୟାଣକାରୀ ନକ୍ଷେତ୍ରରେ ପ୍ରବେଶ କରିଥାଆନ୍ତି ସେତେବେଳେ ଅନେକ ରାଶିର ଲୋକଙ୍କ ଜୀବନରେ ଉନ୍ନତି ଏବଂ ଧନ ପ୍ରାପ୍ତିର ବାଟ ଖୋଲିଥାଏ । ସୂର୍ଯ୍ୟଙ୍କ ଏହି ପୁଷ୍ୟ ନକ୍ଷେତ୍ର ଗୋଚରରେ କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲିବ ଆସନ୍ତୁ ଜାଣିବା ।

ମେଷ ରାଶି : ମେଷ ରାଶିର ଲୋକଙ୍କ ଜାତକ ପାଇଁ ସୂର୍ଯ୍ୟଙ୍କ ଏହି ନକ୍ଷେତ୍ର ପରିବର୍ତ୍ତନ ସୁଖ-ସମୃଦ୍ଧି ବୃଦ୍ଧି କରେ ବୋଲି ସାବ୍ୟସ୍ତ ହୋଇଛି ।ଚାକିରି କରିଥିବା ବ୍ୟକ୍ତିମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ କିମ୍ବା ନୂଆ ପ୍ରୋଜେକ୍ଟ ମିଳିପାରେ। ବ୍ୟବସାୟୀଙ୍କ ପାଇଁ ଏହି ସମୟ ଗୁରୁତ୍ୱପୂର୍ଣ୍ଣ ରହିବ । ଜମି, କୋଠା କିମ୍ବା ଯାନବାହାନ କ୍ରୟ କରିବାର ସୁଯୋଗ ଆସିବ । ଆପଣଙ୍କ ପିତାମାତାଙ୍କଠାରୁ ସମର୍ଥନ ମିଳିବାର ସମ୍ଭାବନା ରହିଛି ।

ମିଥୁନ ରାଶି : ସୂର୍ଯ୍ୟଙ୍କ ଏହି ଗୋଚର ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆର୍ଥିକ ଲାଭ ଆଣିବ । ଏହି ସମୟରେ ଆପଣଙ୍କର ଅଟକି ରହିଥିବା କାମ ପୂର୍ଣ୍ଣ ହେବ ।ପୈତୃକ ସମ୍ପତ୍ତିରୁ ହଠାତ୍ ଲାଭ ମିଳିପାରେ । ଏହି ସମୟ ନିବେଶ ପାଇଁ ଭଲ ରହିବ । ଯାହା ଦ୍ବାରା ଭବିଷ୍ୟତରେ ଭଲ ଲାଭ ପ୍ରଦାନ କରିବ ।

ସିଂହ ରାଶି : ସୂର୍ଯ୍ୟଦେବ ଆପଣଙ୍କ ରାଶିର ଶାସକ ଗ୍ରହ ହୋଇଥିବାରୁ ଏହାର ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ଆତ୍ମବିଶ୍ୱାସ ଏବଂ ଶକ୍ତିକୁ ଯଥେଷ୍ଟ ବୃଦ୍ଧି କରିବ। ସମାଜ ଏବଂ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ। ସରକାରୀ କ୍ଷେତ୍ର କିମ୍ବା ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସିଧାସଳଖ ଲାଭ ମିଳିପାରେ। ଦୀର୍ଘଦିନ ଧରି ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରେ । ଆପଣ ଉର୍ଜାବାନ୍ ଅନୁଭବ କରିବେ ।

ବିଛା ରାଶି : ଏହି ଗୋଚର ବିଛା ରାଶି ପାଇଁ ଖୁବ୍ ଭାଗ୍ୟଶାଳୀ ରହିବ । ଅଟକି ରହିଥିବା କାମ ପୂରା ହେବ । ଛାତ୍ରମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟ କିମ୍ବା ଧାର୍ମିକ ଯାତ୍ରାର ସମ୍ଭାବନା ରହିଛି । ଯାହା ଲାଭଦାୟକ ବୋଲି ପ୍ରମାଣିତ ହେବ । ଯଦି ଆପଣ ଚାକିରି ପରିବର୍ତ୍ତନ ବିଷୟରେ ଚିନ୍ତା କରୁଛନ୍ତି, ତେବେ ଏହି ସମୟରେ ଆପଣଙ୍କୁ ଅନୁକୂଳ ଏବଂ ପରିପୂର୍ଣ୍ଣ ସୁଯୋଗ ମିଳିପାରେ।

ସୂର୍ଯ୍ୟ ଦେବତା ଶନି ନକ୍ଷତ୍ରରେ ଯାଉଥିବାରୁ, ତେଣୁ କର୍କଟ, ମକର ଏବଂ କୁମ୍ଭ ରାଶିର ବ୍ୟକ୍ତିମାନେ ଏହି ସମୟରେ ନିଜ କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଗାଡ଼ି ଚଲାଇବା ସମୟରେ ଟିକେ ସତର୍କ ରହିବା ଉଚିତ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha