Dailyhunt
କାମାକ୍ଷାନଗରରେ ଥମୁନି ଜଙ୍ଗଲ ନିଆଁ, ବହୁ ମୂଲ୍ୟବାନ ଗଛ ଓ ଔଷଧୀୟ ଗୁଳ୍ନ ପୋଡ଼ି ପାଉଁଶ

କାମାକ୍ଷାନଗରରେ ଥମୁନି ଜଙ୍ଗଲ ନିଆଁ, ବହୁ ମୂଲ୍ୟବାନ ଗଛ ଓ ଔଷଧୀୟ ଗୁଳ୍ନ ପୋଡ଼ି ପାଉଁଶ

K NEWS 2 weeks ago

କାମାକ୍ଷାନଗର: ଜଙ୍ଗଲରେ ଲାଗିଛି ନିଆଁ । ଢେଙ୍କାନାଳ କାମାକ୍ଷାନଗରରେ ଥମୁନି ଜଙ୍ଗଲ ନିଆଁ । କାମାକ୍ଷାନଗର-କଙ୍କଡ଼ାହାଡ଼ ରାସ୍ତାର ଉଭୟପାର୍ଶ୍ବରେ ଜଳୁଛି ଜଙ୍ଗଲ । ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଓ ଔଷଧୀୟ ଗୁଳ୍ନ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଧୀରେ ଧୀରେ ଘନଜଙ୍ଗଲକୁ ବ୍ୟାପୁଥିବାରୁ ବନ୍ୟପ୍ରାଣୀଙ୍କ ପ୍ରତି ମଧ୍ୟ ବିପଦ ଦେଖାଦେଇଛି ବୋଲି ସୂଚନା ମିଳିଛି ।

କାମାକ୍ଷାନଗର ପଶ୍ଚିମାଞ୍ଚଳ ବନ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଏହି ନିଆଁ ଲାଗିଥିବା ବେଳେ ବନବିଭାଗ ପାଖରେ କୌଣସି ସୂଚନା ନଥିବା ଅଭିଯୋଗ ହୋଇଛି ।

ଯାହାକୁ ନେଇ ବନ ବିଭାଗ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା l ଅନ୍ୟପଟେ ଜଙ୍ଗଲ ଜଳୁଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଗରମ ଓ ଗୁଳୁଗୁଳି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବନବିଭାଗ ଜଙ୍ଗଲ ନିଆଁ ରୋକିବାକୁ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha