Dailyhunt
କମୁଛି ସୁନା ଓ ରୁପା ଦର, ଘରକୁ ଶୀଘ୍ର ଶୀଘ୍ର କିଣି ଆଣନ୍ତୁ ମନପସନ୍ଦ ଅଳଙ୍କାର

କମୁଛି ସୁନା ଓ ରୁପା ଦର, ଘରକୁ ଶୀଘ୍ର ଶୀଘ୍ର କିଣି ଆଣନ୍ତୁ ମନପସନ୍ଦ ଅଳଙ୍କାର

K NEWS 1 week ago

ଭୁବନେଶ୍ବର: ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୦,୬୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୮,୧୦୦ ଟଙ୍କା ଛୁଇଁଛି ।

ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୦,୬୬୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ହଜାର ୧,୩୮,୧୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ ମୂଲ୍ୟ ୧,୫୦,୬୬୦ ଟଙ୍କା ଓ ୨୨ କ୍ୟାରେଟ ମୂଲ୍ୟ ୧,୩୮,୧୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରଟେ୍ ୧,୫୦,୮୧୦ ଟଙ୍କା ଓ ୨୨ କ୍ୟାରେଟ ୧,୩୮,୨୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରଟେ ମୂଲ୍ୟ ୧,୫୧, ୬୪୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୩୯,୦୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୫୦,୬୬୦ ଓ ୨୨ କ୍ୟାରଟ ମୂଲ୍ୟ ୧,୩୮,୧୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୦,୦୦୦ ଟଙ୍କା ହୋଇଛି ।

କମେିତି ଜାଣିବେ ସୁନାର ଶୁଦ୍ଧତା ଜାଣନ୍ତୁ -

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ 'BIS Care app'ରେ ଯାଞ୍ଚ କରିପାରିବେ । ସୁନାର ଲାଇସନେ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ'ଣ ପଦକ୍ଷପେ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha