Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Kangaroo court: ସହିପାରିଲେନି କଙ୍ଗାରୁ କୋର୍ଟ ଅପମାନ, ଶେଷରେ ଜୀବନ ହାରିଲେ ଯୁବକ

Kangaroo court: ସହିପାରିଲେନି କଙ୍ଗାରୁ କୋର୍ଟ ଅପମାନ, ଶେଷରେ ଜୀବନ ହାରିଲେ ଯୁବକ

K NEWS 2 weeks ago

ମାଲକାନଗିରି: ସହିପାରିଲେନି କଙ୍ଗାରୁ କୋର୍ଟ ଅପମାନ, ଶେଷରେ ଝୁଲି ପଡ଼ିଲେ । ମାଲକାନଗିରି ଜିଲ୍ଲାରେ କଙ୍ଗାରୁ କୋର୍ଟ ଅପମାନ ପରେ ଝୁଲି ପଡ଼ିଲେ ଯୁବକ । ଅଭିଯୋଗ କରିଛନ୍ତି ପରିବାର । ମାଲକାନଗିରି ଜିଲ୍ଲା MV -୯୨ ଗାଁରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ଗାଁର ସାଗର ସରକାର ନାମକ ଜଣେ ୨୨ ବର୍ଷୀୟ ଯୁବକ କଲିକତାରେ କାମ କରୁଥିଲେ ।

କିଛି ଦିନ ପୂର୍ବରୁ ଜଣେ ବିବାହିତ ମହିଳାଙ୍କୁ ପ୍ରେମ କରି ନିଜ ଗାଁକୁ ଆଣିଥିଲେ । ଗାଁ ଲୋକଙ୍କ ପାଖରେ ଖବର ପହଞ୍ଚିବା ପରେ ଗାଁ କମିଟି ପକ୍ଷରୁ ଏକ କଙ୍ଗାରୁ କୋର୍ଟ କରି ସାଗର ଓ ତାଙ୍କ ବାପା ରବି ସରକାରଙ୍କୁ ଡକାଯାଇଥିଲା ।

ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଆଣିଥିବାରୁ କଙ୍ଗାରୁ କୋର୍ଟରେ ସାଗରଙ୍କୁ ଗାଁ କମିଟି ସଦସ୍ୟ ମାଡ଼ ମାରିବା ସହ ୪୫ ହଜାର ଟଙ୍କା ଜରିମାନା ପକାଇଥିଲେ । ଏହା ସହ ଉକ୍ତ ବିବାହିତା ମହିଳାଙ୍କୁ ତାଙ୍କ ସ୍ବାମୀ ସହ ପଠାଇଦିଆଯାଇଥିଲା । ଗାଁ କମିଟିରେ ମାଡ଼ ଓ ଜରିମାନା ପକାଇବା ଘଟଣାକୁ ସହ୍ୟ କରିନପାରି ସାଗର ବେକରେ ରସି ଲଗାଇ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଗାଁ କମିଟି ସଭାପତି ଏହାକୁ ଖଣ୍ଡନ କରିଥିବା ବେଳେ ମାଲକାନଗିରି ଆଦର୍ଶ ଥାନା ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha