ବଲିଉଡ ତଥା ଟିଭି ଅଭିନେତ୍ରୀ କରିସ୍ମା ତନ୍ନା ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି । କରିସ୍ମା ଏବଂ ବରୁଣ ମାତାପିତା ହେବାକୁ ଯାଉଛନ୍ତି । କରିସ୍ମା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଗର୍ଭବତୀ ଥିବା ଘୋଷଣା କରିଛନ୍ତି । ଅଭିନେତ୍ରୀ ଜଣକ ଏଥିରେ ବହୁତ ଖୁସି ଥିବା ଜଣାପଡିଛି । ଏମାନଙ୍କ ଘରକୁ କୁନି ଅତିଥି ଅଗଷ୍ଟରେ ଆସିବେ ବୋଲି ଜଣାଇଛନ୍ତି ।
ତେବେ କରିସ୍ମାଙ୍କ ଗର୍ଭବତୀ ଖବର ଭିତରେ ଏକ ଇଣ୍ଟରଭ୍ୟୁ ଭାଇରଲ ହେବାରେ ଲାଗିଛି । କିଛିଦିନ ପୂର୍ବରୁ କରିସ୍ମା ସୋହା ଅଲ୍ଲୀ ଖାନଙ୍କ ପୋଡକାଷ୍ଟରେ ପହଞ୍ଚିଥିଲେ । ଏଥିରେ ସେ ନିଜର ମାଙ୍ଗଳିକ ଦୋଷ ବିଷୟରେ ଖୁଲାସା କରିଥିଲେ ।
ଅଭିନେତ୍ରୀ ଜଣକ କହିଥିଲେ, ସେ ମାଙ୍ଗଳିକ ଥିଲେ, ତେଣୁ ନିଜର ମାଙ୍ଗଳିକ ଦୋଷ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଜିନିଷ କରିଥିଲେ । ଏହାପରେ ତାଙ୍କ ମା' ଏଭଳି ଦୋଷ ଦୂର କରିବା ପାଇଁ ଗଛ ସହିତ ବିବାହ କରିବାକୁ ପଡିଥିଲା ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ମାଙ୍ଗଳିକ ଥିଲି, ତେଣୁ ଗଛ ସହିତ ବିବାହ କରିଥିଲି । ମୋ ବିବାହ ଜଣେ ଦେବତାଙ୍କ ସହିତ କରାଯାଇଛି । ମୁଁ ବହୁତ କିଛି କରିଛି । କିନ୍ତୁ ଏହା ପଛର କାରଣ ଜଣାପଡିନାହିଁ । ମୁଁ ଏସବୁରେ ବିଶ୍ବାସ କରୁନଥିବା ବେଳେ ମୋ ମା' ବହୁତ ବିଶ୍ବାସ କରୁଥିଲେ । ମୋ ମା' ଚାହୁଁଥିଲେ, ମୋ ବାହାଘର ଜଲଦି ହେଉଯାଉ, ମୋତେ ଭଲ ସ୍ବାମୀ ମିଳୁ । ତେଣୁ ମୋ ମାଙ୍ଗଳିକ ଦୋଷ ଦୂର କରିବା ପାଇଁ ବହୁତ ଉପାୟ କରିଥିଲେ ।
ତେବେ ଅଭିନେତ୍ରୀ କରିସ୍ମା ତନ୍ନା ୪୨ ବର୍ଷ ବୟସରେ ମା' ହେବାକୁ ଯାଉଛନ୍ତି । ୨୦୨୨ରେ କରିସ୍ମା ବିବାହ କରିଥିଲେ ।

