Saturday, 15 Aug, 10.52 am K NEWS

ହୋମ
କରୋନା ଟେଷ୍ଟିଂ ପୁଣି ରେକର୍ଡ କଲା ଓଡିଶା, ୨୪ ଘଣ୍ଟାରେ ସର୍ବାଧିକ ୪୭ହଜାର ୭ଶହ କୋଭିଡ ଟେଷ୍ଟ

ଭୁବନେଶ୍ବର: କରୋନା ଟେଷ୍ଟିଂ ପୁଣି ରେକର୍ଡ କଲା ଓଡିଶା। ଗତ ୨୪ ଘଣ୍ଟାରେ ସର୍ବାଧିକ ୪୭ହଜାର ୭ଶହ କୋଭିଡ ଟେଷ୍ଟ ହୋଇଛି । RTPCR, ଆଣ୍ଟିଜେନ୍‌ ଓ ଟ୍ରୁନାଟ ଟେଷ୍ଟ କରାଯାଇଛି । ଦୁଇ ଦିନ ହେବ ୪୦ ହଜାର ଉପରେ ଟେଷ୍ଟିଂ କରାଯାଉଛି । ପ୍ରଥମେ ୪୨ ହଜାର ୭୬୧ କୋଭିଡ ଟେଷ୍ଟ କରାଯାଇଥିବା ବେଳେ ତାପୂର୍ବ ଦିନ ୪୦ ହଜାର ୭୧୧ ନମୁନା ପରୀକ୍ଷା କରାଯାଇଥିଲା । ନମୁନା ପରୀକ୍ଷାରେ ଓଡ଼ିଶା ୫ ନମ୍ବର ସ୍ଥାନରେ ରହିଛି । ଅଗଷ୍ଟ ୨୦ ଭିତରେ ୫୦ହଜାର ଟେଷ୍ଟିଂ କରାଯିବାକୁ ଲକ୍ଷ୍ଯ ରଖାଯାଇଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Knews Odisha
Top