Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଖାମେନିଙ୍କ ଅନ୍ତିମ ବିଦାୟରେ ଭାବପ୍ରବଣ ହେଲେ ଗାଲିବାଫ ଓ ଆରାଘଚି

ଖାମେନିଙ୍କ ଅନ୍ତିମ ବିଦାୟରେ ଭାବପ୍ରବଣ ହେଲେ ଗାଲିବାଫ ଓ ଆରାଘଚି

K NEWS 1 hr ago

ରାନ୍ : ଇରାନର ଲୋକପ୍ରିୟ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମନେଇଙ୍କ ବିଦାୟକାଳୀନ ସଭାରେ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ଅନ୍ତିମ ବିଦାୟ ସମୟରେ ଗାଲିବାଫ ହାତ ଯୋଡ଼ି ପ୍ରାର୍ଥନା କରିଥିଲେ ଭାବପ୍ରବଣ ହୋଇଯାଇଥିଲେ । ଆମେରିକା ସହିତ ଆଲୋଚନାରେ ଇରାନର ମୁଖ୍ୟ ଆଲୋଚକ ଗାଲିବାଫଙ୍କୁ ବୈଦେଶିକ ମନ୍ତ୍ରୀ ସେୟଦ ଆବାସ୍ ଆରାଘଚି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଠିଆ ହୋଇଥିବାର ଦେଖାଯାଇଥିଲା ।

ଖାମେନିଙ୍କ ବିଦାୟକାଳୀନ ସଭା ପାଇଁ ଲୋକମାନେ ଏକାଠି ହେବା ସମୟରେ ଆରାଘଚି ମଧ୍ୟ ଭାବପ୍ରବଣ ହୋଇଥିବା ଦେଖିବାକୁ ମିଳିଥିଲା ।

ଖାମନେଇ ପ୍ରାୟ ୩୬ ବର୍ଷ ଧରି ଇସଲାମିକ୍ ଗଣରାଜ୍ୟ ଇରାନରେ ଶାସନ କରିଥିଲେ । ଶୁକ୍ରବାର ଦିନ ଖାମେନିଙ୍କ କଫିନକୁ ତେହେରାନର ଗ୍ରାଣ୍ଡ ମୋସାଲ୍ଲାକୁ ଅଣାଯାଇଥିଲା । ତାଙ୍କ କଫିନକୁ ରିପବ୍ଲିକ ରଙ୍ଗରେ ଘୋଡାଯାଇଥିଲା । ସର୍ବୋଚ୍ଚ ନେତାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଲୋକମାନଙ୍କୁ ବହୁ ସଂଖ୍ୟାରେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗାଲିବାଫ ନିବେଦନ କରିଥିଲେ । ସେ କହିଥିଲେ, ପ୍ରତିଶୋଧ ପାଇଁ ଦେଶର ଆହ୍ୱାନ ସମଗ୍ର ବିଶ୍ୱ ଶୁଣିବାକୁ ପଡିବ । ଖାମେନିଙ୍କ ୬ ଦିନିଆ ଅନ୍ତିମ ବିଦାୟ କାର୍ଯ୍ୟକ୍ରମରେ ପ୍ରାୟ ୧୫ ରୁ ୨୦ କୋଟି ଲୋକଙ୍କ ସମାଗମ ହେବାର ଆଶା କରାଯାଉଛି । ଯାହା ଦ୍ବାରା ସାରା ଦେଶରେ ବିଶେଷ କରି ରାଜଧାନୀ ତେହେରାନରେ ଉଚ୍ଚ ସୁରକ୍ଷା ସତର୍କତା ଜାରି କରାଯାଇଛି ।

ସୋମବାର ଦିନ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଏହା ପରେ ଇରାନର ସିଆ ଇସଲାମିକ ଶିକ୍ଷାର ପ୍ରମୁଖ କେନ୍ଦ୍ର ତେହେରାନରୁ ପ୍ରାୟ ୧୪୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ପବିତ୍ର କୋମ ସହରଠାରେ ଆଉ ଏକ ଶୋଭାଯାତ୍ରା ହେବ ।

ଜୁଲାଇ ୯ ତାରିଖରେ, ଶୋଭାଯାତ୍ରାଟି ଖାମେନିଙ୍କ ଜନ୍ମସ୍ଥାନ ପବିତ୍ର ସହର ମାଶାଦକୁ ଯିବ। ଯେଉଁଠାରେ ତାଙ୍କୁ ଇମାମ ରେଜା ମଠାରେ କବର ଦିଆଯିବ। ପଡ଼ୋଶୀ ଇରାକର ଐତିହାସିକ ପବିତ୍ର ସହର ନଜଫ ଏବଂ କାରବାଲାରେ ମଧ୍ୟ ସ୍ମାରକୀ ସେବା ଅନୁଷ୍ଠିତ ହେବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha