Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଖସୁଛି ସବୁ ନଦୀର ଜଳସ୍ତର, କିନ୍ତୁ ପାଣି ଘେରରେ ତଳିଆ ଅଞ୍ଚଳ

ଖସୁଛି ସବୁ ନଦୀର ଜଳସ୍ତର, କିନ୍ତୁ ପାଣି ଘେରରେ ତଳିଆ ଅଞ୍ଚଳ

K NEWS 2 weeks ago

ଭୁବନେଶ୍ୱର : ବଡ଼ ବିପଦ ଆଣିଛି ବଢ଼ି ପାଣି । କେଉଁଠି ବୁଡ଼ାଇଛି ତ କେଉଁଠି ଭସାଇଛି । ସବୁ ଉଜାଡ଼ି ଦେଇଛି ବନ୍ୟା । ପାଣିରେ ଭାସି ଯାଇଛି ଖାଦ୍ୟ ପଦାର୍ଥ, ଆସବାବପତ୍ର ନଷ୍ଟ ହୋଇ ଯାଇଛି। ଚାରିଆଡ଼େ ହାହାକାର ସ୍ଥିତି । ଅନେକ ସ୍ଥାନରେ ପହଞ୍ଚି ନାହିଁ ପ୍ରଶାସନ । ଏଯାଏଁ କିଛି ବି ସହାୟତା ମିଳିନଥିବା ଏକାଧିକ ଅଞ୍ଚଳରୁ ଆସିଛି ଅଭିଯୋଗ ।

ଯାଜପୁର, ଭଦ୍ରକ, ବାଲେଶ୍ବର ଆଉ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଃଖ ବଢ଼ି ଯାଇଛି । ନଈ ଛିଡ଼ିବା ସହ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିଛି । ଯେଉଁଠି ପାଣି କମିଛି, ଲୋକେ ଘରକୁ ଫେରିବା ଆରମ୍ଭ କରିଛନ୍ତି । ବୈତରଣୀ, ଶାଳନ୍ଦୀ, ବୁଢ଼ାବଳଙ୍ଗ, ଜଳକାରେ ପାଣି କମୁଛି । ହେଲେ ଆନେକ ଅଞ୍ଚଳ ଏବେ ମଧ୍ୟ ବନ୍ୟା ଘେରରେ। ତଳିଆ ଅଞ୍ଚଳରେ ଶତାଧିକ ଗାଁ ବୁଡ଼ି ରହିଛି। ହଜାର ହଜାର ଲୋକ ଜଳବନ୍ଦି। ଘରୁ ବାହାରିବାର ଚାରା ନାହିଁ। ଗାଁ ଦାଣ୍ଡରେ ଡଙ୍ଗା ଚାଲିଛି। କିଏ ଛାତରେ ତ କିଏ କାନ୍ଥରେ। ଏବେ ବି ଚାଲିଛି ରେସକ୍ୟୁ ଅପରେସନ୍।

ସେହିପରି ବୈତରଣୀ ଓ ସାଳନ୍ଦୀ ରେ କମିଛି ବନ୍ୟା ପାଣି । ବିଭିନ୍ନ ମୁଖ୍ୟ ରାସ୍ତା ତଳକୁ ଖସିଛି ପାଣି ହେଲେ ଏବେ ବି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ୧୧ଟି ପଞ୍ଚାୟତର ଗାଁ ରାସ୍ତା ବୁଡି ରହିଛି। ଜଳବନ୍ଦୀ ହୋଇ ରହିଛନ୍ତି ଶହ ଶହ ଲୋକ। ବନ୍ୟା ବିପନ୍ନ ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ସରକାରଙ୍କ ତରଫରୁ ଗୋଖାଦ୍ୟ ମୂଳିନଥିବାରୁ ଭୋକ ଓପାସ ରେ ଗୃହପାଳିତ ପଶୁ। ଅନେକ ଲୋକଙ୍କ ଘରେ ପାଣି ପଶିଯାଇଥିବାରୁ ବ୍ୟାପକ କ୍ଷତି ହୋଇଛି। ଏବେ ବି ଚାଷ ଜମିମାନଙ୍କରେ ଚାଲୁଛି ଡଙ୍ଗା।

ଯାଜପୁରରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ତଳକୁ ଖସିଥିଲେ ମଧ୍ୟ ବନ୍ୟାର ଦୁଃଖ ଏବେ ବି ଟଳିନାହିଁ । ବୈତରଣୀ ବନ୍ୟା ଫଳରେ ଯାଜପୁର ବ୍ଲକ ଓ ଦଶରଥପୁର ବ୍ଲକରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ଦୁଇ ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଜି ବି ବନ୍ୟା ବିପନ୍ନ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ବନ୍ୟା ଜଳ କମିବା ପରେ ଭାଙ୍ଗିପଡ଼ିଛି କଚ୍ଚା ଘର, ଉଜୁଡ଼ି ଯାଇଛି ଚାଷଜମି । ସହାୟତା ଓ ପୁନର୍ବାସକୁ ଚାହିଁ ବସିଛନ୍ତି ବିପନ୍ନଙ୍କ ପରିବାର। ବନ୍ୟା ଜଳ ହ୍ରାସ ପାଇଥିଲେ ମଧ୍ୟ ଅନେକ ପରିବାର ଏବେ ବି ଦୁର୍ଦ୍ଦଶା ମଧ୍ୟରେ ଜୀବନ କାଟୁଛନ୍ତି । ପ୍ରବଳ ସ୍ରୋତରେ ଅନେକ କଚ୍ଚା ଘର ଭୁଶୁଡ଼ି ପଡ଼ିଛି। ଘରେ ଥିବା ଆସବାବପତ୍ର, ଖାଦ୍ୟଶସ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ଏବେ ବି କିଛି ପରିବାର ଖୋଲା ଆକାଶ ତଳେ କିମ୍ବା ଅସ୍ଥାୟୀ ଆଶ୍ରୟରେ ଦିନ କାଟୁଛନ୍ତି। କେବଳ ଘରଦ୍ୱାର ନୁହେଁ, ବନ୍ୟାରେ ଚାଷଜମି ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହେବାରୁ ଚାଷୀମାନେ ବଡ଼ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha