ଖୁବ ଶୀଘ୍ର ମହିନ୍ଦ୍ରା କମ୍ପାନୀ ନିଜ ନୂଆ ମଡ଼େଲ Mahindra Thar 2020ର ପ୍ରଥମ କାର ନିଲାମ କରିବା ନେଇ ସ୍ଥିର କରିଛି । ଏହି ନିକଟରେ ହିଁ କମ୍ପାନୀ ତରଫରୁ ଏକ ବୟାନ ଜାରି କରାଯାଇ ଏବାବଦରେ ଘୋଷଣା କରାଯାଇଛି । କମ୍ପାନୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛିକି, ନିଲାମରୁ ମିଳିଥିବା ଅର୍ଥକୁ କୌଣସି ଚାରିଟେବଲ ବା ସାମାଜିକ କାମ ରେ ଖର୍ଚ୍ଚ କରାଯିବ । କମ୍ପାନୀ ତରଫରୁ ଏହା ମଧ୍ୟ କୁହାଯାଇଛିକି, ଏକ ସ୍ୱତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ହିଁ ମହିନ୍ଦ୍ରାର ଏହି କାରଟିକୁ ନିଲାମ କରାଯିବ । ଏହାବାଦ କାରଟିକୁ ଯିଏ କିଣିବେ ତାଙ୍କ ହସ୍ତାକ୍ଷରକୁ ଏକ ଅତ୍ୟାଧୁନିକ ପ୍ରଣାଳୀରେ ସୁରକ୍ଷିତ କରି ରଖାଯିବ । ଏହାବାଦ ଏସୟୁବି ଦାସବୋର୍ଡ଼ ଓ ଲେଦରେଟ ସିଟରେ ନମ୍ବର 1 ଲେଖା ଯାଇଥିବ । ଜଣେ ଖାଲି ଯେ ସର୍ବାଧିକ ନିଲାମ ଧରି ଏହି ଗାଡି ଟିକୁ କିଣି ଏହାର ମାଲିକ ହେବେ ତାହା ନୁହେଁ | ଏକ ମହତ୍ତ୍ୱ ପୂର୍ଣ୍ଣ କାର୍ଯ୍ୟରେ ବି ଦାନ କରିପାରିବେ ।