Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
KIIT ବିଶ୍ୱବିଦ୍ୟାଳୟରେ ଖେଲୋ ଇଣ୍ଡିଆ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ଉତ୍ସବ ପାଳିତ

KIIT ବିଶ୍ୱବିଦ୍ୟାଳୟରେ ଖେଲୋ ଇଣ୍ଡିଆ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ଉତ୍ସବ ପାଳିତ

K NEWS 2 weeks ago

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟ ଠାରେ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଏନ୍.ଏସ୍.ଏସ୍. ର ମିଳିତ ଆନୁକୂଲ୍ୟରେ ଖେଲୋ ଇଣ୍ଡିଆ ଜାତୀୟ କ୍ରୀଡ଼ା ଦିବସ ୨୦୨୬ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସରଞ୍ଜିତ ସିଂ, କିଟ୍ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାସ, ଏନ୍ ଏସ୍ ଏସ୍ ଆଞ୍ଚଳିକ ନିର୍ଦ୍ଦେଶକ ଅଜିତ କୁଶୱା, ଏବଂ ଅଲିମ୍ପିଆନ୍ ଦ୍ୟୁତି ଚାନ୍ଦଙ୍କ ସମେତ ଅନେକ ବିଶିଷ୍ଟ ଅତିଥି ଯୋଗଦେଇଥିଲେ ।

ଏନ୍ ଏସ୍ ଏସ୍ ଲିଆଜନ୍ ଅଫିସର ଡ. ସ୍ମୃତି ରଞ୍ଜନ ଦାସ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୀଧାସଳଖ ବାର୍ତ୍ତାର ପ୍ରସାରଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଏହି ଭିଡିଓ କନଫରେନ୍ସ ମାଧ୍ୟମରେ ଖେଳ କେବଳ ମେଡାଲ ଜିତିବା ନୁହେଁ, ବରଂ ବିକଶିତ ଭାରତ ଗଠନ କରିବାର ଏକ କାର୍ଯ୍ୟକ୍ରମ ବୋଲି କହିଛନ୍ତି । ସେହିଭଳି ଆସନ୍ତା ଆମ୍ପିକ୍ସ ୨୦୩୬ ର ସବୁ ଖେଳରେ ପ୍ରତିଯୋଗିତାରେ ଭାଗିଦାରିତା ସହ ଆଜି ଠାରୁ ପ୍ରସ୍ତୁତି ଆରମ୍ଭ କରିବା ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ତ୍ତମାନ ୫ ରୁ ୧୫ ବର୍ଷର ଖେଳାଳିଙ୍କ ଅନୁସନ୍ଧାନ ପାଇଁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭିଡିଓ କନଫରେନ୍ସ ମାଧ୍ୟମରେ କହିଛନ୍ତି ମୋଦି ।

ସରକାର ଖେଳକୁ ନେଇ କେତେ ଗମ୍ଭୀର ତାହାର ଏକ ଉଦାହରଣ ହେଉଛି ଆଜିର ଖେଲୋ ଇଣ୍ଡିଆ ଯୁବ ସମ୍ବାଦ କାର୍ଯ୍ୟକ୍ରମ ବୋଲି କହିଛନ୍ତି ମୋଦି । ଏହା ଦେଶକୁ ଯୋଡ଼ିବା ସହ ଖେଳର ସର୍ବାଙ୍ଗୀନ ଉନ୍ନତି କରିବା କ୍ଷେତ୍ରରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ଯୁବକଙ୍କ କଥା ଶୁଣି ପଲିସି ରୁ କାର୍ଯ୍ୟକାରୀ ହେବାର ସ୍ତରକୁ ସମ୍ପୂର୍ଣ୍ଣ କରାଯିବ । ସମାଜରେ ଭାଗିଦାରୀ ହେଉଛି ପ୍ରତି ଯୁବବର୍ଗ ଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ମୋଦି । ଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସଂକଳ୍ପକୁ ପୂରଣ କରୁଛି କିଟ୍ ବିଶ୍ୱବିଦ୍ୟାଳୟ ବୋଲି କହିଛନ୍ତି କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାସ ।

କିଟ୍ ପ୍ରତିଷ୍ଠାତା ପ୍ରଫେସର ଡ଼ ଅଚ୍ୟୁତ ସାମନ୍ତ ଏଥିପାଇଁ କିଟ୍ ବିଶ୍ୱବିଦ୍ୟାଳୟରେ ସମସ୍ତ ପ୍ରକାରର କ୍ରୀଡ଼ା ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି, ଯାହଯୋଗୁ ବିଶ୍ୱ ସ୍ତରରେ ଆଜି କିଟ୍ ର ଛାତ୍ରଛାତ୍ରୀ ଭଲ କ୍ରୀଡ଼ା ପ୍ରଦର୍ଶନ କରୁଛନ୍ତି ବୋଲି କହିଛନ୍ତି ଶ୍ରୀ ଦାସ । ଏଥିପାଇଁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha