Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ଉଦଯାପିତ, ରୁଷର ବୋରିସ୍ ସାଭଚେଙ୍କୋ ଚାମ୍ପିଅନ୍

କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ଉଦଯାପିତ, ରୁଷର ବୋରିସ୍ ସାଭଚେଙ୍କୋ ଚାମ୍ପିଅନ୍

K NEWS 6 days ago

ଭୁବନେଶ୍ୱର : କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ଉଦଯାପିତ । ରୁଷର ବୋରିସ୍ ସାଭଚେଙ୍କୋ ଚାମ୍ପିଅନ୍ । କିଟ୍ ବିଶ୍ୱବିଦ୍ୟାଳୟରରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ୧୭ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହାକୁମ୍ଭ ସଫଳତାର ସହ ଉଦଯାପିତ ହୋଇଛି। ମେ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ରୁଷର ଗ୍ରାଣ୍ଡମାଷ୍ଟର ବୋରିସ୍ ସାଭଚେଙ୍କୋ ୮.୫ ପଏଣ୍ଟ ସହ ଶୀର୍ଷ ସ୍ଥାନ ଅଧିକାର କରି ଚାମ୍ପିଅନ୍ ଟ୍ରଫି ଏବଂ ସର୍ବାଧିକ ୭ ଲକ୍ଷ ୫୦ ହଜାର ଟଙ୍କାର ନଗଦ ପୁରସ୍କାର ହାସଲ କରିଛନ୍ତି।

ସେହିପରି ବେଲାରୁଷର ଗ୍ରାଣ୍ଡମାଷ୍ଟର ଆଲେକ୍ସଜାଣ୍ଡାର୍ ଆଲେକ୍ସସେଭ୍ ୮ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ୬ ଲକ୍ଷ ଟଙ୍କା ଅର୍ଥରାଶି ଏବଂ ଭାରତର ଇଣ୍ଟରନ୍ୟାସନାଲ୍ ମାଷ୍ଟର ଆରୋନ୍ୟକ ଘୋଷ ସମାନ ପଏଣ୍ଟ ସହ ତୃତୀୟ ସ୍ଥାନ ପାଇ ୪ ଲକ୍ଷ ଟଙ୍କା ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି। ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଏକ କୋଟି ୩୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ଭାରତୀୟ ଚେସ୍ ଇତିହାସରେ ଏକ ନୂତନ ସର୍ବଭାରତୀୟ ରେକର୍ଡ ସ୍ଥାପନ କରିଛି।

ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବିଶ୍ୱର ପ୍ରାୟ ୪୦ଟି ଦେଶରୁ ୪ ହଜାରରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଓ ଅଭିଭାବକଙ୍କ ସମେତ ୨୫ ଜଣ ଗ୍ରାଣ୍ଡମାଷ୍ଟର ଓ ୫୦ ଜଣ ଇଣ୍ଟରନ୍ୟାସନାଲ୍ ମାଷ୍ଟର ସାମିଲ ହୋଇଥିଲେ। ଫିଡେ ଆଡଭାଇଜରୀ ବୋର୍ଡ ଚେୟାରମ୍ୟାନ୍ ଭରତ ସିଂ ଚୌହାନ ଉଦଯାପନୀ ଉତ୍ସବରେ ସାମିଲ ହୋଇ କିଟ୍ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କରିଛନ୍ତି।

ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖେଳାଳିମାନଙ୍କୁ ବିଶ୍ୱସ୍ତରୀୟ ଆତିଥ୍ୟ ପ୍ରଦାନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ଓଡ଼ିଶାର ଉଦୀୟମାନ ଚେସ୍ ତାରକାମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଉଦଯାପନୀ ଉତ୍ସବରେ କିଟ୍ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀ ଓ ଓଡ଼ିଶା ଚେସ୍ ଆସୋସିଏସନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ବିଜେତାମାନଙ୍କୁ ପୁରସ୍କୃତ କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha