Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଲଗାଣ ବର୍ଷା ହେଲା କାଳ, କାନ୍ଥ ଭୁଶୁଡ଼ି ସ୍ବାମୀ ମୃତ ଓ ସ୍ତ୍ରୀ ଗୁରୁତର

ଲଗାଣ ବର୍ଷା ହେଲା କାଳ, କାନ୍ଥ ଭୁଶୁଡ଼ି ସ୍ବାମୀ ମୃତ ଓ ସ୍ତ୍ରୀ ଗୁରୁତର

K NEWS 5 days ago

ଲାଙ୍ଗିର: ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲାରେ ଏକ ଦୁଃଖଦ ଅଘଟଣ ଘଟିଛି । ଲଗାଣ ବର୍ଷା ହେଲା କାଳ । କାନ୍ଥ ଭୁଶୁଡ଼ି ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଳକ ପଥର୍ଲା ପଂଚାୟତ ଲୁହୁରେନପାଲି ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ଗଣ୍ଡାରାମ କୁମ୍ଭାର । ଗୁରୁତର ଲକ୍ଷ୍ମୀ କୁମ୍ଭାରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଉଭୟ ଘରେ ଶୋଇଥିବାବେଳେ କାନ୍ଥ ଭୁଶୁଡ଼ି ପଡିଥିଲା । ଘଟଣାସ୍ଥଳରେ ହିଁ ଗଣ୍ଡାରାମଙ୍କ ମୃତ୍ୟୁ ହୋଇଛି। ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ ।

ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକ ହେଲେ ଗଣ୍ଡାରାମ କୁମ୍ଭାର। ଗୁରୁତର ଆହତ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ କୁମ୍ଭାରଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି ଏବଂ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରମାନେ ନଜର ରଖିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha