Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଲଗାଣ ବର୍ଷାରେ ବେହାଲ ଓଡ଼ିଶା, ଜନଜୀବନ ଅସ୍ତବ୍ୟସ୍ତ

ଲଗାଣ ବର୍ଷାରେ ବେହାଲ ଓଡ଼ିଶା, ଜନଜୀବନ ଅସ୍ତବ୍ୟସ୍ତ

K NEWS 3 weeks ago

ଟକ: ଲଗାଣ ବର୍ଷାରେ ବେହାଲ କଟକ । ବିଭିନ୍ନ ତଳିଆ ଅଞ୍ଚଳରେ ଜମିଛି ବର୍ଷା ପାଣି । ପ୍ରାୟ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାସ୍ତାରେ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି ଲୋକ। ବାଦାମବାଡ଼ି, ରକ୍ସି ଲେନ୍, ଦେଉଳି ସାହି, ଝୋଲାସାହି, ବିଡାନାସୀ, ଚହଟା, ଖୁଣ୍ଟିଆ ଲେଟ, ଇତ୍ୟାଦି ସ୍ଥାନ ମାନଙ୍କରେ ବର୍ଷା ପାଣି ଜମି ରହିଛି ।

କନ୍ଧମାଳ: ଲଗାଣ ବର୍ଷା ଯୋଗୁ ଫୁଲବାଣୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ । ଫୁଲବାଣୀ ପୌରପରିଷଦର ଦୁଇନମ୍ବର ୱାର୍ଡକୁ ସଂଯୋଗ କରୁଥିବା ପିଲାସାଲୁଙ୍କୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଦାମିଙ୍ଗା ଗାଁକୁ ଗମନାଗମନ ବିଚ୍ଛିନ୍ନ ହୋଇଛି । ଅନେକ ସ୍ଥାନରେ ବର୍ଷାପାଣି ଜମି ରହିଛି । ଏସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ କନ୍ଧମାଳ ରିପୋର୍ଟର ଶିବ ବିଶ୍ବାଳ ।

ବାଲିଗୁଡ଼ା: ବର୍ଷାରେ ବେହାଲ ବାଲିଗୁଡ଼ା । ପ୍ରବଳ ବର୍ଷାରେ କଦଳୀ ବନ୍ଧରୁ ରାସ୍ତା ଆରପାରିକୁ ଭସେଇ ନେଲା ବିଜୁ ବୋଟିଂ ପଏଣ୍ଟର ଦୁଇଟି ବୋଟ୍ । ଭୁଶୁଡିଲା କଦଳୀ ବନ୍ଧର ୱାଲ । ବାଲିଗୁଡାରୁ ବୁଡ଼ାଗୁଡା ରାସ୍ତାରେ ଥିବା କଦଳୀ ବନ୍ଧ ରେ ଉପର ମୁଣ୍ଡରୁ ବର୍ଷା ଜଳ ଅତ୍ୟଧିକ ପ୍ରବାହ ହୋଇଥିଲା । ଯାହାଫଳରେ ଦୁଇଟି ବୋଟକୁ ରାସ୍ତା ଆର ପାରିକୁ ଭସେଇ ନେବା ସହ ୱାଲ ଭାଙ୍ଗିଥିବା ଦେଖିବାକୁ ମିଳିଛି । ଏନଏସି କର୍ମଚାରୀ ମୁଖ୍ୟ ରାସ୍ତାରୁ ବୋଟ୍ କୁ ହଟାଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha