Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Lizard : ପିଲାଙ୍କ ଖାଇବାରେ ଝିଟିପିଟି, ୭ ରୁ ଅଧିକ ଛାତ୍ର ଗୁରୁତର

Lizard : ପିଲାଙ୍କ ଖାଇବାରେ ଝିଟିପିଟି, ୭ ରୁ ଅଧିକ ଛାତ୍ର ଗୁରୁତର

K NEWS 1 week ago

ସୋରୋ : ପିଲାଙ୍କ ଖାଇବାରେ ଝିଟିପିଟି । ୭ ରୁ ଅଧିକ ଛାତ୍ର ଗୁରୁତର । ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟରେ ଝିଟିପିଟି ପଡି ୭ ରୁ ଉର୍ଦ୍ଧ୍ବ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ସିମୁଳିଆ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ପିଲା । ସିମୁଳିଆ ବ୍ଲକ୍ ମଇତାପୁର ପଞ୍ଚାୟତ ବଡ଼ଗହମା ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ଦିଆଯାଇଥିବା ଖାଦ୍ୟରେ ମଲା ଝିଟିପିଟି ବାହାରିଲା ।

ଏହି ଘଟଣାରେ ଅଭିଭାବକମାନେ ପିଲାମାନଙ୍କୁ ମେଡିକାଲରେ ଭର୍ତ୍ତି କରାଇଛନ୍ତି । ଜଣେ ପିଲା ଡାଲି ଖାଇବାପାଇଁ ହାତ ପୁରାଇ ଥିଲେ। ସେ ପ୍ରଥମେ ବିଲାତି ବାଇଗଣ ସନ୍ଦେହ କରି ଏହାକୁ ଉପରକୁ ଟେକି ଦେବାରୁ ତାହା ମଲା ଝିଟିପିଟି ବୋଲି ଡେ଼ଖିବାକୁ ମିଳିଥିଲା । ଏହା ଦେଖି ଅଭିଭାବକମାନେ ପିଲାଙ୍କୁ ସଙ୍ଗେ ସିମୁଳିଆ ମେଡିକାଲକୁ ଆଣିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha