Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Loot: ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ, ବିଲ୍ଡରଙ୍କ ଘରୁ ଦେଢ଼ କୋଟି ସମ୍ପତ୍ତି ଲୁଟ୍

Loot: ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ, ବିଲ୍ଡରଙ୍କ ଘରୁ ଦେଢ଼ କୋଟି ସମ୍ପତ୍ତି ଲୁଟ୍

K NEWS 6 days ago

ଭୁବନେଶ୍ୱର : ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ, ଘରେ ପଶି ନେଇଗଲେ ଦେଢ଼ କୋଟିର ସମ୍ପତ୍ତି । ସାଙ୍ଗରେ ନେଇଗଲେ ସିସିଟିଭି ହାର୍ଡଡିସ୍କ। କିଛି ଦିନର ନୀରବତା ପରେ ରାଜଧାନୀରେ ପୁଣି ସକ୍ରିୟ ଚୋର ଗ୍ୟାଙ୍ଗ।

ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ଲୁଟିନେଲେ ଦେଢ଼ କୋଟିର ସମ୍ପତ୍ତି ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ବିଲଡର ପ୍ରିତମ ଜେନାଙ୍କ ଘରକୁ ଟାର୍ଗେଟ୍ କରିଥିଲେ ଲୁଟେରା ।

ପ୍ରିତମ ଜେନା ପରିବାର ସହ ବାହାରକୁ ଯାଇଥିବା ବେଳେ ଡ୍ରାଇଭର ଘରକୁ ଗାଡ଼ି ରଖିବାକୁ ଆସି ଦେଖିଥିଲେ କବାଟ ଭଙ୍ଗା ଯାଇଛି । ଖବର ପାଇ ଘର ମାଲିକ ପହଞ୍ଚି ଦେଖିବା ବେଳକୁ ଘର ଭିତରେ ସବୁକିଛି ଲୁଟିନେଇଛନ୍ତି ଚୋର । ଚୋରମାନେ ନଗଦ ଟଙ୍କା, ସୁନା ଗହଣା, ଦାମୀ ଆସବାବପତ୍ର ସମେତ ସିସିଟିଭିର ହାର୍ଡଡିସ୍କ ନେଇଯାଇଥିବା ଅଭିଯୋଗ ହୋଇଛି ।

ପ୍ରାଥମିକ ଆକଳନ ଅନୁସାରେ ଚୋରି ସମ୍ପତ୍ତିର ମୂଲ୍ୟ ପାଖାପାଖି ଦେଢ଼ କୋଟି ଟଙ୍କା ହେବ । ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ଯୋଜନାବଦ୍ଧ ଭାବେ ଉଦ୍ୟମ କରିଛନ୍ତି ଲୁଟେରା । ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଛାନଭିନ୍ ଆରମ୍ଭ କରିଥିବା ବେଳେ ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ତଦନ୍ତ ଜାରି ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha