Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମାଆ ପୁଅଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଘଟଣାକୁ ବିତିଲାଣି ୯୬ ଘଣ୍ଟା, ଏବେବି ଆଇଆଇସିଙ୍କ ନାଁରେ ରୁଜୁ ହୋଇନି ମାମଲା

ମାଆ ପୁଅଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଘଟଣାକୁ ବିତିଲାଣି ୯୬ ଘଣ୍ଟା, ଏବେବି ଆଇଆଇସିଙ୍କ ନାଁରେ ରୁଜୁ ହୋଇନି ମାମଲା

K NEWS 2 weeks ago

କେନ୍ଦ୍ରାପଡା: ମାଆ ପୁଅଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଘଟଣାକୁ ବିତିଲାଣି ୯୬ ଘଣ୍ଟା । କିନ୍ତୁ ଏବେବି ଆଇଆଇସିଙ୍କ ନାଁରେ ରୁଜୁ ହୋଇନି ମାମଲା । କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଭିତରେ ମାଆ ପୁଅଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ପୋଲିସ ଡିଜି ୱାଇ.ବି ଖୁରାନିଆ ନିଲମ୍ବିତ କରିଛନ୍ତି ।

ଏଥିସହ ବିଭାଗୀୟ ତଦନ୍ତ ପ୍ରକ୍ରିୟା ପାଇଁ ନିର୍ଦେଶ ଦେଇଛନ୍ତି । ଅଭିଯୋଗର ସଙ୍ଗେ ସଙ୍ଗେ ମାମଲା ରୁଜୁ ହେବାର ନିୟମ ରହିଥିବା ବେଳେ IICଙ୍କ ନାଁରେ ଲିଖିତ ଅଭିଯୋଗର ୯୬ ଘଣ୍ଟା ପରେ ବି ଏଯାଏଁ ମାମଲା ରୁଜୁ ହୋଇନାହିଁ । ଆଇଆଇସି ବର୍ବରତାର ସବୁ ସୀମା ଟପିବା, ଥାନା ଭିତରେ ମାଆ ପୁଅଙ୍କୁ ମାଡ ମାରି ଲହୁ ଲୁହାଣ କରିବା , ଜୀବନରୁ ମାରି ଦେବା ପାଇଁ ବେକ ଚିପିବା , ହତ୍ୟା ଧମକ ଦେବା ଓ ମହିଳାଙ୍କୁ ବିଧବା ସଜାଇବା ପାଇଁ ତାଙ୍କ ମଥାରୁ ସିନ୍ଦୁର ପୋଛିବା ଭଳି ସଙ୍ଗିନ ଅଭିଯୋଗ ହୋଇଥିଲେ ବି ଆଇଆଇସି ଓ ଅନ୍ୟ ଜଣେ କନେଷ୍ଟବଳଙ୍କ ନାଁରେ କାହିଁକି ମାମଲା ରୁଜୁ ହୋଇନି ତାକୁ ନେଇ ପ୍ରଶ୍ନ ଉଠିଛି ।

ମେ ୨୫ ତାରିଖରେ କେରୁଆଁପାଳ ପଂଚାୟତ ଗିରିଆପାହୀ ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ ଓ ତାଙ୍କ ପୁଅ ଅନନ୍ତ କୁମାର ମଣ୍ଡଳ ପାରିବାରିକ କଳହକୁ ନେଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ଏତଲା ନରଖି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଉପରେ ହୋଇଥିବା ନିର୍ଯ୍ୟାତନାର ଲିଖିତ ଅଭିଯୋଗ ପଟ୍ଟାମୁଣ୍ଡାଇ SDPOଙ୍କ ନିକଟରେ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha