Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମଝି ରାସ୍ତାରେ କାରରେ ଲାଗିଲା ନିଆଁ, ୫ ଜୀବନ୍ତ ଦଗ୍ଧ

ମଝି ରାସ୍ତାରେ କାରରେ ଲାଗିଲା ନିଆଁ, ୫ ଜୀବନ୍ତ ଦଗ୍ଧ

K NEWS 3 weeks ago

ନୂଆଦିଲ୍ଲୀ : ଅଲବର ଜିଲ୍ଲାର ଲକ୍ଷ୍ମଣଗଢ ଥାନା ନିକଟରେ ଥିବା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ବଡ଼ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଚଳନ୍ତା କାରରେ ନିଆଁ ଲାଗିଯିବାରୁ ୫ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସୂଚନା ପାଇ NHAI ପାଟ୍ରୋଲିଂ ଦଳ, ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଥିସହ ନିଆଁକୁ ଆୟତ୍ତ କରିବାକୁ ମଧ୍ୟ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସୂଚନାନୁଯାୟୀ, ରାତି ପ୍ରାୟ ୧ଟା ସମୟରେ ଦିଲ୍ଲୀରୁ କୋଟା ଯାଉଥିବା ଏକ କାରରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର ମୌଜପୁର ନିକଟରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଜୋରରେ ଜଳୁଥିଲା ଯେ ତୁରନ୍ତ କାରଟିକୁ ସମ୍ପୂର୍ଣ୍ଣ ଜାଳିଦେଇଥିଲା । କାରରେ ଥିବା ୩ ଜଣ ମହିଳା, ଜଣେ ଝିଅ ଏବଂ ଜଣେ ପୁରୁଷ ସମେତ ୫ ଜଣ ଜୀବନ୍ତ ଦଗ୍ଧ ହୋଇଗଲେ । ସେହି ୫ ଜଣ ମଧ୍ୟପ୍ରଦେଶର ଶେଓପୁରର ବାସିନ୍ଦା ବୋଲି ଜଣାପଡିଛି । କିନ୍ତୁ ଡ୍ରାଇଭର ଜଣକ ଗାଡିରୁ ହଠାତ୍ ଡେଇଁ ପଡିଥିବାରୁ ତାଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲେ । ହେଲେ ସେ ୮୦% ପୋଡି ହୋଇଯାଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ଅଲୱାରକୁ ପଠାଯାଇଥିଲା ।

ଅନ୍ୟପଟେ ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୋଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ମୃତକଙ୍କ ପରିଚୟ ଚିହ୍ନଟ କରାଯାଇପାରିନାହିଁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha