Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମଶାଣି ଭିତରେ ମଦ ଭାଟି, ଚଢାଉ କରି ବେଆଇନ ମଦ ଜବତ କଲା ପୋଲିସ

ମଶାଣି ଭିତରେ ମଦ ଭାଟି, ଚଢାଉ କରି ବେଆଇନ ମଦ ଜବତ କଲା ପୋଲିସ

K NEWS 4 months ago

ଭୁବନେଶ୍ବର: ମଶାଣି ଭିତରେ ମଦ ଭାଟି । ଚଢାଉ କରି ବେଆଇନ ମଦ ଜବତ କଲା ପୋଲିସ । ଭୁବନେଶ୍ବର ପିତା ପଲ୍ଲୀ ମଶାଣିରେ ରେଡ୍ ବେଳେ ବିପୁଳ ପରିମାଣର ମଦ ଜବତ ହୋଇଛି । ମଦ ବ୍ୟବସାୟୀ ବାସୁଦେବ ଖଟୋଇକୁ ଗିରଫ କରିଛି ପୋଲିସ । ରାଜ୍ୟରେ ନିଶା ମୁକ୍ତ ଓଡିଶା ଅଭିଯାନରେ ବିଭିନ ସ୍ଥାନରେ ପୋଲିସ ଚଢାଉ କରୁଛି । ଇନଫୋଭାଲି ଥାନା ଅଞ୍ଚଳରେ ଏଭଳି ଚୋରା ମଦ ବ୍ୟବସାୟ ଙ୍କ ଚୋରା ଚାଲ୍ ଏବେ ସାମ୍ନାକୁ ଆସିଛି ।

ଭୁବନେଶ୍ୱର ପିତାପଲ୍ଲୀ ମଶାଣି ଅଞ୍ଚଳରେ ବେଆଇନ ମଦ କାରଖାନା ଚାଲିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରା ମଦ ଜବତ କରିଛି ଏବଂ ଏହି ଘଟଣାରେ ମଦ ବ୍ୟବସାୟୀ ବାସୁଦେବ ଖଟୋଇଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ଇନଫୋଭାଲି ଥାନା ଅଞ୍ଚଳ ଅନ୍ତର୍ଗତ ପିତାପଲ୍ଲୀ ମଶାଣି ଭିତରେ ଦୀର୍ଘଦିନ ଧରି ଗୁପ୍ତଭାବେ ବେଆଇନ ମଦ ତିଆରି ଓ ବିକ୍ରି ଚାଲିଥିବା ଅଭିଯୋଗ ଥିଲା । ଏହି ସୂଚନା ପାଇ ପୋଲିସ ଏକ ବିଶେଷ ଟିମ୍ ଗଠନ କରି ଅଚାନକ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ବହୁ ପରିମାଣର ଚୋରା ମଦ, ମଦ ପ୍ରସ୍ତୁତି ସାମଗ୍ରୀ ଓ ପ୍ୟାକେଜିଂ ଉପକରଣ ଜବତ କରାଯାଇଛି । ଏହି ଚୋରା ମଦ କାରଖାନାଟି ମଶାଣି ଭଳି ସ୍ଥାନରେ ଚାଲିଥିବାରୁ ପୋଲିସ ମଧ୍ୟ ଆଶ୍ଚର୍ୟ ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha