Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Milk Price Hike : ପାର୍ବଣ ଋତୁରେ ପୂର୍ବରୁ ବଢିଲା କ୍ଷୀର ଦାମ୍, ୧ ସେପ୍ଟେମ୍ବରରୁ ଲାଗୁ ହେବ ନୂଆ ରେଟ୍

Milk Price Hike : ପାର୍ବଣ ଋତୁରେ ପୂର୍ବରୁ ବଢିଲା କ୍ଷୀର ଦାମ୍, ୧ ସେପ୍ଟେମ୍ବରରୁ ଲାଗୁ ହେବ ନୂଆ ରେଟ୍

K NEWS 1 week ago

ମୁମ୍ବାଇ : ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇବାସୀଙ୍କୁ ମହଙ୍ଗା ମାଡ଼ । ସହରରେ ପ୍ରତ୍ୟେକ ଜିନିଷ ଦାମ୍ ବଢୁଥିବା ବେଳେ କ୍ଷୀର ଦାମ୍ ବଢିବା ନେଇ ଅଫିସିଆଲ ଘୋଷଣା ହୋଇଛି । ଦୁଗ୍ଧ ଉତ୍ପାଦକଙ୍କ ଏହି ନୂଆ ନିଷ୍ପତ୍ତି ପ୍ରତି ଲିଟର ଦାମରେ ଲାଭ ଦେବ ଏଣିକି କ୍ଷୀର କିଣିବାକୁ ଗ୍ରାହକଙ୍କୁ ଗଣିବାକୁ ପଡ଼ିବ ଅଧିକ ଟଙ୍କା ।

ମୁମ୍ବାଇ ଏବଂ ଏହାର ଆଖପାଖ ମହାନଗର ଅଞ୍ଚଳରେ ପାଇକାରୀ କ୍ଷୀର ଦର ବୃଦ୍ଧି କରାଯାଇଛି । ବମ୍ବେ ଦୁଗ୍ଧ ଉତ୍ପାଦକ ସଂଘ ପକ୍ଷରୁ କ୍ଷୀର ଦର ବୃଦ୍ଧି ନେଇ ଘୋଷଣା କରାଯାଇଛି । । ଏହାର ପ୍ରଭାବ ସାଧାରଣ ପରିବାରର ମାସିକିଆ ବଜେଟ ଉପରେ ପଡ଼ିବ । ନୂଆ ଦର ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବ । ଏହା ପରେ ପାଇକାରୀ କ୍ଷୀରର ଦାମ ଲିଟର ପିଛା ୯୩ ଟଙ୍କାରୁ ବଢ଼ି ୧୦୨ ଟଙ୍କା ହୋଇଯିବ। ଅର୍ଥାତ୍ ଗୋଟିଏ ଲିଟର କ୍ଷୀର ପାଇଁ ଏଣିକି ୯ ଟଙ୍କା ଅଧିକ ଦେବାକୁ ପଡ଼ିବ ।

ମୁମ୍ବାଇରେ ସେପ୍ଟେମ୍ବର ପହିଲାରୁ କ୍ଷୀର କିଣିବା ନେଇ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପଡ଼ିବ । ଏହି ବର୍ଦ୍ଧିତ ଦର ଆସନ୍ତା ୨୮ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ, ଅର୍ଥାତ୍ ପ୍ରାୟ ଛଅ ମାସ ପାଇଁ ଲାଗୁ ରହିବ । ପାର୍ବଣ ସମୟରେ କ୍ଷୀରର ଚାହିଦା ବଢ଼ୁଥିବା ବେଳେ ଏହି ଦରବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇଦେଇଛି । ସ୍ଥାନୀୟ କ୍ଷୀର ବିକ୍ରେତା, ଡାଏରୀ ଏବଂ ହୋମ୍ ଡେଲିଭରି ଯୋଗାଣକାରୀମାନେ ମଧ୍ୟ ସେପ୍ଟେମ୍ବର ୧ରୁ ଗ୍ରାହକଙ୍କଠାରୁ ବର୍ଦ୍ଧିତ ଦର ଆଦାୟ କରିପାରନ୍ତି ।

କ୍ଷୀର ଦର ବଢ଼ିଲେ ଏହାର ପ୍ରଭାବ କେବଳ ଚା' କିମ୍ବା କ୍ଷୀର କିଣିବାରେ ସୀମିତ ରହିବ ନାହିଁ । କ୍ଷୀରକୁ କଞ୍ଚାମାଲ ଭାବେ ବ୍ୟବହାର କରୁଥିବା ଦହି, ପନିର ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟର ଦର ମଧ୍ୟ ବଢ଼ିବାର ସମ୍ଭାବନା ରହିଛି । ମିଠା ଦୋକାନ ଉପରେ ମଧ୍ୟ ଏହି ଦରବୃଦ୍ଧିର ପ୍ରଭାବ ଦେଖିବାକୁ ମିଳିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha