Dailyhunt
ମୋବାଇଲ ଦୋକାନ ଲୁଟୁଥିବା ଛ ଜଣିଆ ଗ୍ୟାଙ୍ଗ ଗିରଫ, ଡକାୟତି ପୁର୍ବର ଡ୍ରୋନରେ ରଖୁଥିଲେ ନଜର

ମୋବାଇଲ ଦୋକାନ ଲୁଟୁଥିବା ଛ ଜଣିଆ ଗ୍ୟାଙ୍ଗ ଗିରଫ, ଡକାୟତି ପୁର୍ବର ଡ୍ରୋନରେ ରଖୁଥିଲେ ନଜର

K NEWS 6 days ago

ଭୁବନେଶ୍ୱର : ଡକାୟତି ପୁର୍ବର ଡ୍ରୋନରେ ରଖୁଥିଲେ ନଜର । ଡକାୟତି ବେଳେ ଧରାପଡ଼ିବା ଭୟରେ ସଜାଗ ରହୁଥିଲେ । ଧରାପଡିଲେ ଡକାୟତି ଗ୍ୟାଙ୍ଗ । ବିଭିନ୍ନ ମୋବାଇଲ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଡକାୟତି କରୁଥିଲେ ଗ୍ୟାଙ୍ଗ । ଇଲୋଟ୍ରୋନିକ ଗ୍ୟାଜେଟ୍ ଲୁଟ ପରେ ବିକୁଥିଲେ ଅଧା ଦାମରେ । ଏଭଳି ଏକ ଗ୍ୟାଙ୍ଗ କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ମଞ୍ଚେଶ୍ୱର ଓ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଲୁଟି ଥିଲେ ମୋବାଇଲ ଦୋକାନ । ଛ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି । ୨୧ଏପ୍ରିଲରେ ମଞ୍ଚେଶ୍ୱରର ତ୍ରିଷା ମୋବାଇଲରୁ । ୩ ମେ ରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଏଭଳି ଦୋକାନ ଲୁଟ୍ କରିଥିଲେ । ଛ ଜଣଙ୍କୁ ଗିରଫ କରାଯାଇଛି । ଜଣେ ସାବାଳକ ଥିବା ବେଳେ ପାଞ୍ଚ ଜଣ ନାବାଳକ ରହଛନ୍ତି ଗ୍ୟାଙ୍ଗରେ । ଦୁଇଟା ମୋଟର ସାଇକେଲ ଚୋରି କେସରେ ଅଛନ୍ତି । ଅନେକ ଗ୍ୟାଜେଟ୍ ମଧ୍ୟ ଜବତ ହୋଇଛି । ଜଣେ ଅଭିଯୁକ୍ତ ନାଁରେ ୭ଟି କେସ ମଧ୍ୟ ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha