ଅନୁଗୋଳ : ଅନୁଗୋଳ ବେନ୍ତପୁର ଅଞ୍ଚଳରେ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ । ଅନୁଗୋଳ ଜିଲ୍ଲାର ଫାଷ୍ଟ ଟ୍ରାକ୍ କୋର୍ଟରେ ଏଭଳି ସମ୍ବେଦନଶୀଳ ମାମଲାର ରାୟ ଶୁଣାଇଛନ୍ତି । ଦଣ୍ଡଧର ନାୟକଙ୍କୁ କୋର୍ଟ ୨୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଚଳିତବର୍ଷ ବେନ୍ତପୁର ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ନେଇ ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା ।
ମାମଲାର ସମସ୍ତ ପ୍ରମାଣ ଓ ସାକ୍ଷ୍ୟକୁ ଆଧାର କରି କୋର୍ଟ ଏଭଳି କଠୋର ରାୟ ପ୍ରକାଶ କରିଛନ୍ତି ।

