Dailyhunt
ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ହାଇସ୍କୁଲ ଶିକ୍ଷକ ଗିରଫ

ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ହାଇସ୍କୁଲ ଶିକ୍ଷକ ଗିରଫ

K NEWS 1 week ago

ୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଇଲାକାର ଜନୈକା ୯ମଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ହାଇସ୍କୁଲ ଶିକ୍ଷକଙ୍କୁ ଗିରଫ । ଗିରଫ କରିଛି ବେତନଟୀ ପୋଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି କୃଷ୍ଣଚନ୍ଦ୍ରପୁର ହାଇସ୍କୁଲରେ ଶିକ୍ଷକତା କରୁଥିବା ବେତନଟୀ ଥାନା ବଡଜାମବଣି ଫାଣ୍ଡି ଅଧୀନ ତଥା ଦାନ୍ତିଆମୁହାଁ ପଞ୍ଚାୟତର ଧୋବଣିଶୋଳ ଗ୍ରାମର ଯତୀନ୍ଦ୍ର ମହାନ୍ତ(୫୮) ।

ଏତଲାକାରିଣୀ ପୀଡିତା ନବମଶ୍ରେଣୀ ଛାତ୍ରୀଙ୍କ ଅଭିଯୋଗ ମୁତାବକ ଶିକ୍ଷକ ଜଣକ ପୂର୍ବରୁ ଫେଲ କରାଇବାର ଧମକଦେଇ ବ୍ଲାକମେଲ ଉଦ୍ୟମ କରିଥିବାର ଅଭିଯୋଗରେ ଦର୍ଶାଇଛନ୍ତି । ସେହିଭଳି ଗତମାସ ୨୫ତାରିଖ ପୂର୍ବାହ୍ନ ୯ଟା ପାଖାପାଖି ସମୟରେ ପୀଡିତା ଡାକ୍ତରଖାନାରୁ ଘରକୁ ଫେରୁଥିବା ବେଳେ କେନାଲ ରାସ୍ତାରେ ଏକୁଟିଆ ପାଇ ଅଟକାଇ ଜଙ୍ଗଲ ଭିତରକୁ ଟାଣିନେଇ ଅସଦାଚରଣ କରିଥିବା ନେଇ ଏତଲାରେ ଦର୍ଶାଇଛନ୍ତି |

କେନାଲ ରାସ୍ତାରେ ଅନ୍ୟାନ୍ୟ ବାଇକ ଯାଉଥ ିବା ବେଳେ ପୀଡିତା ଜଣକ ପାଟି କରୁବାରୁ ଅଭିଯୁକ୍ତ ଶିକ୍ଷକ ଯତୀନ୍ଦ୍ର ମହାନ୍ତ ଭୟରେ ଛାଡିଦେଇ ପଳାଇ ଯାଇଥିଲେ ବୋଲି ପୀଡିତା କହିଛନ୍ତି । ଏନେଇ ବେତନଟୀ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଥିବା ବେଳେ ରବିବାର କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି କ୍ରୀଷ୍ଣା ପିଙ୍ଗୁଆ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ୨୦୨୧ ମସିହାରେ ପାନ୍ଧଡା ହାଇସ୍କୁଲରେ କାର୍ଯ୍ୟରତ ଥିବାବେଳେ ଏହିଭଳି ସମାନ କାରନାମା ପାଇଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ତାଙ୍କୁ ଚାକିରୀରୁ ନୀଳମ୍ବନ କରାଯାଇଥିଲା । ବେତନଟୀ ପୁଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha