Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନାତି କେତନଙ୍କୁ ଝୁରି ଝୁରି ଚାଲିଗଲେ ଜେଜେ, ସିୟାଙ୍କ ପରିବାର ଦେଲା ଏଭଳି ବୟାନ

ନାତି କେତନଙ୍କୁ ଝୁରି ଝୁରି ଚାଲିଗଲେ ଜେଜେ, ସିୟାଙ୍କ ପରିବାର ଦେଲା ଏଭଳି ବୟାନ

K NEWS 1 week ago

ପୁଣେ : ପୁଣେର ଲୋହାଗଡ଼ କିଲ୍ଲାରୁ ପଡ଼ି ପ୍ରାଣ ହରାଇଥିବା କେତନ ଅଗ୍ରୱାଲଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ନାତିର ମ୍ତ୍ୟୁ ପରେ ଜେଜେ ଦେବୀଚନ୍ଦ ଅଗ୍ରୱାଲଙ୍କ ପରଲୋକ ହୋଇଛି । ଶନିବାର ରାତି ୯.୪୫ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି । ନାତି ମୃତ୍ୟୁକୁ ୨୦ ଦିନ ହୋଇନଥିବା ବେଳେ ଜେଜେ ବାପା ଦେବୀଚନ୍ଦ ଅଗ୍ରୱାଲଙ୍କର ଦେହାନ୍ତ ହୋଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ପରିବାର ଲୋକଙ୍କ କହିବା କଥା, ନାତି କେତନଙ୍କ ମୃତ୍ୟୁ ପରଠାରୁ ସେ ଗଭୀର ଆଘାତରେ ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟଵସ୍ଥା ବିଗିଡିଯାଇଥିଲା ।

ଖବର ମୁତାବକ, ୪ ତାରିଖ ଶନିବାର ରାତିରେ ୭୧ ବର୍ଷୀୟ ଦେବୀଚନ୍ଦ ଅଗ୍ରୱାଲଙ୍କର ଛାତିରେ ହଠାତ ଯନ୍ତ୍ରଣା ହୋଇଥିଲା । ରାତି ପ୍ରାୟ ୯ଟା ୪୫ ମିନିଟ୍ ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ପରିବାରର କହିବା ଅନୁସାରେ, ଗତ ୧୮ ଜୁନରେ କେତନ ଅଗ୍ରୱାଲଙ୍କ ମୃତ୍ୟୁ ପରଠାରୁ ଦେବୀଚନ୍ଦ ମାନସିକ ଭାବେ ଭାଙ୍ଗିପଡ଼ିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇପଡ଼ିଥିଲା ।

ଏହି ଭିତରେ କେତନ ଅଗ୍ରୱାଲଙ୍କ ହତ୍ୟା ଅଭିଯୁକ୍ତ ତଥା ଭାବି-ସ୍ତ୍ରୀ ସିୟା ଗୋୟଲଙ୍କ ପରିବାର ତରଫରୁ ଏକ ମେସେଜ ଆସିଛି । ଏଥିରେ କୁହାଯାଇଛି କି, ଦେବୀଚନ୍ଦ ଅଗ୍ରୱାଲ ଗତ ୬ ମାସ ହେଲାଣି ଟ୍ୟୁମରରେ ପୀଡିଥ ଥିଲେ ।

ସୂଚନାଯୋଗ୍ୟ,ଗତ ୧୮ ତାରିଖରେ କେତନ ଅଗ୍ରୱାଲଙ୍କ ଭାବି-ସ୍ତ୍ରୀ ସିୟା ଗୋୟଲ ନିଜ ବୟଫ୍ରେଣ୍ଡ ଚେତନ ଚୌଧୁରୀଙ୍କ ସହ ମିଶି ଏକ ଷଡ଼ଯନ୍ତ୍ର କରି ଲୋହାଗଡ଼ କିଲ୍ଲାରୁ କେତନଙ୍କୁ ଧକ୍କା ଦେଇ ହତ୍ୟା କରିଥିଲେ । ପାହାଡ଼ରୁ ଖସି ପଡ଼ିବା ପରେ କେତନ ଅଗ୍ରୱାଲଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୁଲିସର ସନ୍ଦେହ ହେବାରୁ ଘଟଣାସ୍ଥଳର ସିସିଟିଭି ଫୁଟେଜ ଦେଖି ଅଭିଯୁକ୍ତ ସିୟା ଗୋୟଲ ଓ ବୟଫ୍ରେଣ୍ଡ ଚେତନଙ୍କୁ ଗିରଫ କରାଯାଇ ତଦନ୍ତ କରାଯାଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha