Dailyhunt
ନିଶା ମାଫିଆ ଘରେ ଲାଗିଲା ଲଟକା, ୱାରେଣ୍ଟ ଜାରି

ନିଶା ମାଫିଆ ଘରେ ଲାଗିଲା ଲଟକା, ୱାରେଣ୍ଟ ଜାରି

K NEWS 2 weeks ago

ଲାଙ୍ଗୀର : ନିଶା ମାଫିଆ ଘରେ ଲାଗିଲା ଲଟକା । ଡେଙ୍ଗୁରା ବାଡ଼େଇ କୋର୍ଟଙ୍କ ନିର୍ଦ୍ଦେଶକୁ ଘୋଷଣା ସହ ଘରେ ଲଟକା ଲଗାଇଛି ରାଞ୍ଚି ଜିଆରପି । ବଲାଙ୍ଗୀର ରେଳ ଷ୍ଟେସନରୁ ଝାଡ଼ଖଣ୍ଡକୁ ଗଞ୍ଜେଇ ଚାଲାଣ କରୁଥିବା ଜଣେ ଅଭିଯୁକ୍ତକୁ ଝାଡ଼ଖଣ୍ଡ ରେଳୱେ ପୋଲିସ ଗିରଫ କରିଥିଲା । ଅଭିଯୁକ୍ତ ଜଣକ ବଲାଙ୍ଗୀର ଟାଉନ ଥାନା ପ୍ୟାଲେସ ଲାଇନର ଶୁଭମ ପଟ୍ଟନାଏକ ।

ଜାମିନରେ ଆସିବା ପରେ କୋର୍ଟ ନିର୍ଦ୍ଦେଶ ଅମାନ୍ୟ କରିଥିବାରୁ ବଲାଙ୍ଗୀର କୋର୍ଟ ୱାରେଣ୍ଟ ଜାରି କରିଛି । ଶୁଭମର ରାଞ୍ଚିରେ ଆଉ ଏକ ନିଶା କାରବାର ମାମଲାରେ ବଲାଙ୍ଗୀର ଲିଙ୍କ ରହିଥିବା ଜଣାପଡ଼ିଛି । ରାଞ୍ଚି ସିଭିଲ କୋର୍ଟ ସ୍ବତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ରାଞ୍ଚି ଜିଆରପି ଶୁଭମ ଘର ଆଗରେ ଡେଙ୍ଗୁରା ବଜାଇ ଘର କାନ୍ଥରେ ଲଟକା ଲଗାଇଛି । ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ ନକଲେ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ନୋଟିସରେ ଉଲେଖ ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha