Dailyhunt
ନୂଆ ଲୁକରେ ଫେରିଛି ଲ୍ୟାଣ୍ଡଲାଇନ୍ ଫୋନ୍, ଫିଚର୍ସ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆ ଲୁକରେ ଫେରିଛି ଲ୍ୟାଣ୍ଡଲାଇନ୍ ଫୋନ୍, ଫିଚର୍ସ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

K NEWS 1 week ago

ମୟ ସହିତ ଜିନିଷରେ ମଧ୍ୟ ପରିବର୍ତ୍ତନ ଆସିଛି । ପୁରୁଣା ଜିନିଷ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି । ଡିଜିଟାଲ ଯୁଗ ଆସିବା ପରେ ପୁରୁଣା ଜିନିଷର ବ୍ୟବହାର ମଧ୍ୟ କମିଗଲାଣି । ପୂର୍ବରୁ ରେଡିଓ, ଲ୍ୟାଣ୍ଡଲାଇନର ବ୍ୟବହାର ବହୁତ୍ ମାତ୍ରାରେ ହେଉଥିଲା । ବର୍ତ୍ତମାନ ସମୟରେ ଏହି ସବୁ ଜିନିଷ ଦେଖିବା ସ୍ବପ୍ନ ପାଲଟିଗଲାଣି ।

ସ୍ମାର୍ଟଫୋନ୍ ଆଜି ଆମ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି ।

ପାଠପଢ଼ାଠାରୁ ଏଣ୍ଟରଟେନମେଣ୍ଟ ପର୍ଯ୍ୟନ୍ତ ସବୁକିଛି ଏହି ଗୋଟିଏ ଡିଭାଇସ୍ ଉପରେ ନିର୍ଭରଶୀଳ ହୋଇଗଲାଣି। ଏହା ଅନେକ ସୁବିଧା ଦେବା ସହ ଏହା ନକାରାତ୍ମକ ପ୍ରଭାବ ମଧ୍ୟ ପକାଉଛି । ବିଶେଷକରି ପିଲାମାନଙ୍କ ଉପରେ ଏହାର ପ୍ରଭାବ ପଡୁଛି । ଅଧିକ ସମୟ ପର୍ଯ୍ୟନ୍ତ ପିଲାମାନେ ଫୋନ୍ ୟୁଜ୍ କରୁଥିବାରୁ ଏହାର ସ୍କ୍ରିନିଂ ପାୱାର ଆଖି ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି । ଫଳରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ବଢୁଥିବା ଡିଜିଟାଲ ବିପଦ ପାଇଁ ପୁରୁଣା ଲ୍ୟାଣ୍ଡଫୋନ ଏକ ନୂଆ ମଡେଲରେ ପୁଣି ଫେରିଛି । ଟିନ୍ କ୍ୟାନ୍ ନାମକ ଏହି ଫୋନ୍ ଆମେରିକା ଏବଂ କାନାଡାରେ ବେଶ୍ ଲୋକପ୍ରିୟତା ହାସଲ କରୁଛି । ଯାହାର ଡିଜାଇନ୍ ୯୦ ଦଶକର । ଯାହା କେବଳ ପିଲାଙ୍କ ଉପରେ ଭଲ ପ୍ରଭାବ ପକାଇବ ନାହିଁ ବରଂ ପୁରୁଣା ଦିନର ସ୍ମୃତିକୁ ତାଜା କରିବାରେ ଲାଗିଛି ।

ଫିଚର୍ସ : ଏହି ଫୋନରେ ବଡ଼ ବଡ଼ ବଟନ୍ ରହିବା ସହିତ କର୍ଭଡ କର୍ଡ ଏବଂ ବେସ୍ ଷ୍ଟାଣ୍ଡର ସୁବିଧା ଏଥିରେ ରହିଛି । ଏହି ଫୋନର ଲୁକ୍ ପୁରୁଣା ଦେଖାଯାଉଥିଲେ ମଧ୍ୟ ଏହାର ମର୍ଡନ ଟେକ୍ନୋଲୋଜି ରହିଛି । ଯାହା ସିଧାସଳଖ ଭାବେ Wi-Fi ସହ କନେକ୍ଟ କରିପାରିବ । ଯେଉଁଥିରେ ଇଣ୍ଟରନେଟ୍ କଲିଂର ସୁବିଧା ମଧ୍ୟ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିରେ କୌଣସି ସ୍କ୍ରିନ୍ ନାହିଁ, କୌଣସି ସୋସିଆଲ ମିଡିଆ ନାହିଁ, କୌଣସି ଗେମ୍ ନାହିଁ କିମ୍ବା ଅନ୍ୟାନ୍ୟ ଫିଚର୍ସ ମଧ୍ୟ ନାହିଁ । ଯାହା ପିଲାମାନଙ୍କ ପାଇଁ ବେଷ୍ଟ ରହିବ । କେବଳ ଜରୁରୀ ସମୟରେ ହିଁ ପିଲାମାନେ ଏହାର ବ୍ୟବହାର କରିପାରିବେ ।

ପ୍ରାଇସ୍ : ଯଦି ଏହି ଫୋନଟିର ପ୍ରାଇସ୍ କଥା କୁହାଯାଏ ତେବେ ଏହା ୧୦୦ଡଲାରରେ ଉପଲବ୍ଧ । ଏହି ଫୋନର ପ୍ରାଇସ୍ ଅଧିକ ଥିଲେ ମଧ୍ୟ ଏହାର ଲୋକପ୍ରିୟତା ବେଶ୍ ବଢିବାରେ ଲାଗିଛି । ଯୁଗରେ ଯେତେବେଳେ ସବୁକିଛି ସ୍ମାର୍ଟ ହେବାରେ ଲାଗିଛି ସେତେବେଳେ ଏହି ଫୋନଟି ଭିନ୍ନ ପଦ୍ଧତିକୁ ପ୍ରତିନିଧିତ୍ବ କରୁଛି । ଯାହା ବର୍ତ୍ତମାନ ପିଢି ପାଇଁ ଏକ ଉତ୍ତମ ବିକଳ୍ପ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha