Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
OCA : ହାଇକୋର୍ଟରେ ଓସିଏ ନିର୍ବାଚନ ମାମଲା, ପରବର୍ତ୍ତୀ ଶୁଣାଣି ଆସନ୍ତା ୧ ତାରିଖରେ

OCA : ହାଇକୋର୍ଟରେ ଓସିଏ ନିର୍ବାଚନ ମାମଲା, ପରବର୍ତ୍ତୀ ଶୁଣାଣି ଆସନ୍ତା ୧ ତାରିଖରେ

K NEWS 2 weeks ago

ଟକ : ଓସିଏ ନିର୍ବାଚନ ମାମଲାରେ ଆସନ୍ତା ୧ ତାରିଖରେ ପରବର୍ତ୍ତୀ ଶୁଣାଣି । ଆଜି ମାମଲାର ଶୁଣାଣି ବେଳେ ମାମଲାର ଗ୍ରହଣୀୟତା ନେଇ ପ୍ରତିପକ୍ଷଙ୍କ ପକ୍ଷରୁ ପ୍ରମୁଖ ଆଇନଗତ ଯୁକ୍ତି ଉପସ୍ଥାପନ କରାଯାଇଛି । ଓସିଏ ଏକ ପଞ୍ଜୀକୃତ ସୋସାଇଟି ହୋଇଥିବାରୁ ଏବଂ ଏହି ବିବାଦ ସଂସ୍ଥାର ଆଭ୍ୟନ୍ତରୀଣ ପରିଚାଳନା ସମ୍ବନ୍ଧୀୟ ହୋଇଥିବାରୁ ଏହା ବିରୋଧରେ ରିଟ୍ ଆବେଦନ ଗ୍ରହଣୀୟ ନୁହେଁ ବୋଲି ପ୍ରତିପକ୍ଷ ଓକିଲ ଅଦାଲତରେ ଯୁକ୍ତି ଦର୍ଶାଇଛନ୍ତି।

ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମଙ୍ଗଳବାରକୁ ଧାର୍ଯ୍ୟ କରିଛନ୍ତି। ଓସିଏ ପକ୍ଷରୁ ଦର୍ଶାଯାଇଛି ଯେ, ନିର୍ବାଚନ ସ୍ଥଗିତ ରଖିବା ଏବଂ ବର୍ତ୍ତମାନର କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତି ସଂସ୍ଥାର ସାଧାରଣ ପରିଷଦ ବୈଠକରେ ବହୁମତ ଆଧାରରେ ଗ୍ରହଣ କରାଯାଇଛି।

ଓସିଏ ଏକ ସ୍ୱୟଂଶାସିତ ସୋସାଇଟି ହୋଇଥିବାରୁ ଏହାର ଆଭ୍ୟନ୍ତରୀଣ ନିଷ୍ପତ୍ତି ବିରୋଧରେ ସିଧାସଳଖ ହାଇକୋର୍ଟରେ ରିଟ୍ ପିଟିସନ ମାଧ୍ୟମରେ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ। ଟକସ୍ଥିତ ସନରାଇଜ୍ କ୍ଲବ୍ ଏବଂ ଓସିଏ କାଉନସିଲ ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପକ୍ଷରୁ ଦାୟର ଆବେଦନରେ ଓସିଏ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି।

ସମୟସୀମା ଶେଷ ହେବା ସତ୍ତ୍ୱେ ନିର୍ବାଚନ ନ କରାଇ ପଦବୀ ବଜାୟ ରଖିବା ନିୟମ ବିରୁଦ୍ଧ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହି ମାମଲାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପୂର୍ବରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ସ୍ପଷ୍ଟ କରିସାରିଛି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ, ଲୋଧା କମିଟି ସୁପାରିସ ଏବଂ ନିଜସ୍ୱ ବାଇ-ଲ' ଅନୁଯାୟୀ ଓସିଏ ତୁରନ୍ତ ନିର୍ବାଚନ କରାଇବା ଆବଶ୍ୟକ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha