Dailyhunt
ଓଲଟି ପଡିଲା ଯାତ୍ରୀବାହୀ ବସ୍, ଡ୍ରାଇଭରଙ୍କୁ ହୃତଘାତ ସନ୍ଦେହ

ଓଲଟି ପଡିଲା ଯାତ୍ରୀବାହୀ ବସ୍, ଡ୍ରାଇଭରଙ୍କୁ ହୃତଘାତ ସନ୍ଦେହ

K NEWS 1 week ago

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର ମାଙ୍ଗଡା ଜିଲ୍ଲାର ନୁରପୁରରେ ଓଲଟିଲା ଏକ ଘରୋଇ ବସ୍ । ବସଟି ଚୁମ୍ବାରୁ ଉନା ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ଅଘଟଣ ଘଟିଛି । ସୂଚନା ପାଇ ଘଟଣାସ୍ଥଳରେ କର୍ତ୍ତୁପକ୍ଷ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାନୁଯାୟୀ, ଏହି ଘରୋଇ ବସରେ ୪୦ ଜଣ ଯାତ୍ରୀ ଥିଲେ । ଚୁମ୍ବାରୁ ଉନା ଅଭିମୁଖେ ଯାତ୍ରା କରୁଥିଲା ଘରୋଇ ବସ୍ ।

ହଠାତ୍ ବସଟି ଓଲଟି ପଡିବାରୁ ଏହି ଦୁର୍ଘଟଣା ଘଟିଥିଲା । ଆହତଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ତୁରନ୍ତ ନୁରପୁର ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡ୍ରାଇଭରଙ୍କୁ ହଠାତ୍ ହାର୍ଟଷ୍ଟ୍ରୋକ ଆସିଥିବାରୁ ବସଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ କର୍ତ୍ତୁପକ୍ଷ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆହତଙ୍କ ଅବସ୍ଥା ଉପରେ ମଧ୍ୟ ନଜର ରଖିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha