Dailyhunt
ପରଲୋକରେ ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପରଲୋକରେ ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

K NEWS 6 days ago

ଭୁବନେଶ୍ୱର: ପରଲୋକରେ ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ସେ ଦୀର୍ଘ ଦିନ ଧରି ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ। ୧୩ ଜୁନ୍ ୧୯୫୧ରେ ଜନ୍ମଗ୍ରହଣ କରିଥିବା ରବି ସ୍ୱାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ସେ ଓଲିଉଡ଼ରେ ଅନେକ ସଫଳ ଚଳଚ୍ଚିତ୍ର ଭେଟି ଦେଇଛନ୍ତି । ତାଙ୍କ ପ୍ରଯୋଜିତ କିଛି ଲୋକପ୍ରିୟ ଚଳଚ୍ଚିତ୍ର ଗୁଡ଼ିକ ହେଲା: ଜୋରଜାର ମୁଲକ ତାର, କି ହେବ ଶୁଆ ପୋଷିଲେ, ପଞ୍ଜୁରୀ ଭିତରେ ଶାରୀ ଏବଂ ଉଦଣ୍ଡୀ ସୀତା ପରି ଅନେକ ସିନେମାର ସେ ଥିଲେ ନିର୍ମାତା । ତାଙ୍କ ମୃତ୍ୟୁରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।

ସେ କେବଳ ଜଣେ ସଫଳ ଶିଳ୍ପପତି ନୁହନ୍ତି, ବରଂ ଜଣେ ଦୂରଦର୍ଶୀ ଶିକ୍ଷାବିତ୍ ଭାବେ ମଧ୍ୟ ବେଶ୍ ପରିଚିତ । ସେ ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ପିପିଲି ତଥା ଆଖପାଖ ଅଞ୍ଚଳରେ ଶିକ୍ଷାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେ ହେଉଛନ୍ତି: କ୍ଷେତ୍ରମୋହନ ମେମୋରିଆଲ୍ ଟ୍ରଷ୍ଟ୍‌ ର ପ୍ରତିଷ୍ଠାତା। ସେହିପରି ଓମ୍ ଶାନ୍ତି +୨ ସାଇନ୍ସ କଲେଜ ଓ କ୍ଷେତ୍ରମୋହନ ITC ଏବଂ ଦୈତାରୀ ITC ର ପ୍ରତିଷ୍ଠାତା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha