ଉତ୍ତରପ୍ରଦେଶ : ୟୁପିର ରାମପୁରରେ ଚାଞ୍ଚଲ୍ୟକର ଘଟଣା । ପତ୍ନୀ ସହିତ ଶାରୀରିକ ସଂପର୍କ ରଖୁଥିବା ବେଳେ ତଣ୍ଟିଚିପି ହତ୍ୟା କରିଛି ସ୍ବାମୀ । ଆଉ ପତ୍ନୀର ମୃତ୍ୟୁ ପରେ ସେମିତି ଉଲଗ୍ନ ଅବସ୍ଥାରେ ମୃତଦେହକୁ ଛାଡି ଫେରାର ହୋଇଯାଇଛି ସ୍ବାମୀ । ପୋଲିସକୁ ମୃତଦେହ ମିଳିବା ପରେ ସତ୍ୟତା ଜଣାପଡିଛି ।
ଖବର ମୁତାବକ, କୋତିୱାଲି ସିଭିଲ ଲାଇନ ଅଞ୍ଚଳରେ ଏକ ବନ୍ଦ ରୁମରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତଦେହ ମିଳିବା ନେଇ ପୋଲିସକୁ ସୂଚନା ମିଳିଥିଲା ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପୋଲିସ ଦେଖିବାକୁ ପାଇଥିଲା ଯେ, ବେଡ୍ ଉପରେ ମହିଳାଙ୍କ ମୃତଦେହ ପଡିଥିଲା ଆଉ ଆଖାପାଖରେ କିଛି ନଥିଲା । ପ୍ରାରମ୍ଭିକ ଯାଞ୍ଚର ମୃତ୍ୟୁ ସାମାନ୍ୟ ଜଣାପଡୁନଥିଲା । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ମାମଲାର ଯାଞ୍ଚ ଆରମ୍ଭ କରିଛି ।
ସୂଚନା ମିଳିବା ପରେ ମୃତକଙ୍କ ପରିଜନ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଯେ, ତାଙ୍କ ଝିଅକୁ ଦୀର୍ଘଦିନରୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିଲା । ମାନସିକ ଏବଂ ଶାରୀରିକ ଭାବେ ତାଙ୍କୁ ଅତ୍ୟାଚାର କରାଯାଉଥିଲା । ସ୍ବାମୀ ଏବଂ ଦିଅର ମିଶି ଏମିତି କରୁଥିବାର ପରିବାର ଲୋକ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା ।
ରାମପୁର ପୋଲିସ ଅଧିକ୍ଷକ କାର୍ଯ୍ୟାନୁଷ୍ଠାନ କରି ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରି ପଚରାଉଚରା କରିଥିଲା । ପ୍ରଥମେ ସ୍ବାମୀ ଜଣକ କଥା ବୁଲାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ପୋଲିସ ଆଗରେ ପରେ ସବୁ ସତ ମାନିଯାଇଥିଲେ । ରାଗରେ ଏଭଳି କାଣ୍ଡ କରିଥିବା ପୋଲିସକୁ କହିଥିଲା । ପୋଲିସ ଏବେ ମହିଳାଙ୍କ ସ୍ବାମୀକୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

