Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପତ୍ନୀ ସହିତ ଶାରୀରିକ ସଂପର୍କ ରଖି ତଣ୍ଟି ଚିପି ହତ୍ୟା କଲା ସ୍ବାମୀ, ମୃତଦେହ ଛାଡି ଫେରାର ହେବା ବେଳେ ଧରିଲା ପୋଲିସ

ପତ୍ନୀ ସହିତ ଶାରୀରିକ ସଂପର୍କ ରଖି ତଣ୍ଟି ଚିପି ହତ୍ୟା କଲା ସ୍ବାମୀ, ମୃତଦେହ ଛାଡି ଫେରାର ହେବା ବେଳେ ଧରିଲା ପୋଲିସ

K NEWS 6 months ago

ଉତ୍ତରପ୍ରଦେଶ : ୟୁପିର ରାମପୁରରେ ଚାଞ୍ଚଲ୍ୟକର ଘଟଣା । ପତ୍ନୀ ସହିତ ଶାରୀରିକ ସଂପର୍କ ରଖୁଥିବା ବେଳେ ତଣ୍ଟିଚିପି ହତ୍ୟା କରିଛି ସ୍ବାମୀ । ଆଉ ପତ୍ନୀର ମୃତ୍ୟୁ ପରେ ସେମିତି ଉଲଗ୍ନ ଅବସ୍ଥାରେ ମୃତଦେହକୁ ଛାଡି ଫେରାର ହୋଇଯାଇଛି ସ୍ବାମୀ । ପୋଲିସକୁ ମୃତଦେହ ମିଳିବା ପରେ ସତ୍ୟତା ଜଣାପଡିଛି ।

ଖବର ମୁତାବକ, କୋତିୱାଲି ସିଭିଲ ଲାଇନ ଅଞ୍ଚଳରେ ଏକ ବନ୍ଦ ରୁମରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତଦେହ ମିଳିବା ନେଇ ପୋଲିସକୁ ସୂଚନା ମିଳିଥିଲା ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପୋଲିସ ଦେଖିବାକୁ ପାଇଥିଲା ଯେ, ବେଡ୍ ଉପରେ ମହିଳାଙ୍କ ମୃତଦେହ ପଡିଥିଲା ଆଉ ଆଖାପାଖରେ କିଛି ନଥିଲା । ପ୍ରାରମ୍ଭିକ ଯାଞ୍ଚର ମୃତ୍ୟୁ ସାମାନ୍ୟ ଜଣାପଡୁନଥିଲା । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ମାମଲାର ଯାଞ୍ଚ ଆରମ୍ଭ କରିଛି ।

ସୂଚନା ମିଳିବା ପରେ ମୃତକଙ୍କ ପରିଜନ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଯେ, ତାଙ୍କ ଝିଅକୁ ଦୀର୍ଘଦିନରୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିଲା । ମାନସିକ ଏବଂ ଶାରୀରିକ ଭାବେ ତାଙ୍କୁ ଅତ୍ୟାଚାର କରାଯାଉଥିଲା । ସ୍ବାମୀ ଏବଂ ଦିଅର ମିଶି ଏମିତି କରୁଥିବାର ପରିବାର ଲୋକ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା ।

ରାମପୁର ପୋଲିସ ଅଧିକ୍ଷକ କାର୍ଯ୍ୟାନୁଷ୍ଠାନ କରି ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରି ପଚରାଉଚରା କରିଥିଲା । ପ୍ରଥମେ ସ୍ବାମୀ ଜଣକ କଥା ବୁଲାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ପୋଲିସ ଆଗରେ ପରେ ସବୁ ସତ ମାନିଯାଇଥିଲେ । ରାଗରେ ଏଭଳି କାଣ୍ଡ କରିଥିବା ପୋଲିସକୁ କହିଥିଲା । ପୋଲିସ ଏବେ ମହିଳାଙ୍କ ସ୍ବାମୀକୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha