Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Police Death : କାର ଭିତରୁ କନେଷ୍ଟବଳଙ୍କ ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Police Death : କାର ଭିତରୁ କନେଷ୍ଟବଳଙ୍କ ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

K NEWS 1 week ago

ୟୁରଭଞ୍ଜ : କାର ଭିତରୁ ପୁଲିସ କନେଷ୍ଟବଳଙ୍କ ମୃତ ଦେହ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ୧୮ନଂ ଜାତୀୟ ରାଜପଥର ପଦ୍ମନାଭପୁର ଛକ ନିକଟ ରାସ୍ତାପାର୍ଶ୍ୱରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସନ୍ଦେହ ଜନକ ଭାବରେ ରାସ୍ତାପାର୍ଶ୍ୱରେ ସୋମବାର ସକାଳ ୧୧ଟା ପାଖରୁ ରାସ୍ତା ପାର୍ଶ୍ୱରେ ଲାଲ କାର ଛିଡା ହୋଇଥିଲା । ପରେ ସ୍ଥାନୀୟ ଲୋକ ଅପରାହ୍ନ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଛିଡା ହୋଇଥିବାର ଦେଖି ସନ୍ଦେହରେ ପାଖକୁ ଯାଇ ଦେଖିଥିଲେ ।

ସେଠାରେ କାର ଭିତରେ ଚାଳକ ସିଟରେ ଜଣେ ମୃତ ଭଳିଆ ପଡି ରହିଥିବା ଜଣାପଡିଥିଲା । ଏନେଇ ବୈଶିଙ୍ଗା ପୁଲିସକୁ ଖବର ଦେବାରୁ ଘଟଣା ସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚିଥିଲା ।

ହେଲେ କାର ଭିତରେ ମୃତକ ଜଣକ ବୈଶିଙ୍ଗା ଥାନାର କାର୍ଯ୍ୟରତ କନେଷ୍ଟବଳ ବସନ୍ତ ମହାନ୍ତ(୪୫) । ସେ ଝାରପଖରିଆ ଅଞ୍ଚଳର ହୋଇଥିବା ବେଳେ ୨୦୦୨ ମସିହାରୁ କନେଷ୍ଟବଳ ଭାବରେ କାର୍ଯ୍ୟ କରୁଥିଲେ । ମୃତଦେହ ବୈଶିଙ୍ଗା ଡାକ୍ତରଖାନାରେ ରଖାଯାଇଥିବା ବେଳେ ପରିବାର ଲୋକ ଓ ବୈଶିଙ୍ଗା ଥାନାର ସମସ୍ତ କର୍ମଚାରୀ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖାଯାଇଥିଲା । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହିତ ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha