Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୋଷକ ତତ୍ତ୍ବର ଭଣ୍ଡାର କୋଳଥ ଡାଲି, ଏହିମାନଙ୍କ ପାଇଁ ଲାଭକାରୀ

ପୋଷକ ତତ୍ତ୍ବର ଭଣ୍ଡାର କୋଳଥ ଡାଲି, ଏହିମାନଙ୍କ ପାଇଁ ଲାଭକାରୀ

K NEWS 3 weeks ago

ଭାରତୀୟଙ୍କ ପ୍ରଥମ ପସନ୍ଦ ଭାତ ଓ ଡାଲି ହୋଇଥାଏ । ଆପଣ ବିଭିନ୍ନ ପ୍ରକାର ଡାଲି ଖାଇଥିବେ। ହରଡ, ମୁଗ, ମସୁର, ବୁଟ ଇତ୍ୟାଦି ଡାଲି ନିଶ୍ଚିତ ଖାଇଥିବେ । ଯାହା ଆମକୁ ଅନେକ ପ୍ରୋଟିନ ଯୋଗାଇଥାଏ । କିନ୍ତୁ ଏହିସବୁ ଡାଲି ବ୍ୟତୀତ କୋଳଥ ଡାଲି ମଧ୍ୟ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ହୋଇଥାଏ ।

କୋଳଥ ଡାଲିକୁ ପୋଷକ ତତ୍ତ୍ବର ଭଣ୍ଡାର ବୋଲି ବିବେଚନା କରାଯାଏ ।

ଆୟୁର୍ବେଦ ଅନୁସାରେ ଏହି ଡାଲି ଶରୀରର କଫ, ବାତ ଏବଂ ସହଜରେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । ଯେଉଁମାନଙ୍କର ପ୍ରୋଟିନ୍ ଅଭାବଅଧିକ ମାତ୍ରାରେ ଦେଖିବାକୁ ମିଳେ ସେହିମାନଙ୍କ ପାଇଁ ଏହି ଡାଲି ବେଷ୍ଟ ହୋଇଥାଏ । ଯଦି ଆପଣ ନିରାମିଷରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବାକୁ ଚାହାଁନ୍ତି ତେବେ ଆପଣଙ୍କ ଡାଏଟ୍ ପ୍ଲାନରେ ନିଶ୍ଚୟ କୋଳଥ ଡାଲି ସାମିଲ କରନ୍ତୁ । ଯାହା ଆପଣଙ୍କୁ ଅନେକ ଲାଭ ପ୍ରଦାନ କରିବ ।

କୋଳଥ ଡାଲିରେ ପ୍ରୋଟିନ୍ ସହିତ ଫାଇବର, ଆଇରନ୍, କ୍ୟାଲସିୟମ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟର ଗୁଣ ଭରପୂର ମାତ୍ରାରେ ରହିଛି । ଯାହା ଶରୀରକୁ ସୁସ୍ଥ ଓ ସକ୍ରିୟ ରଖିବାରେ ସହାୟକ ହୁଏ। କୋଳଥ ଡାଲି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ରହିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ପୂର୍ଣ୍ଣ ହୋଇ ରହିଥାଏ । ତେବେ ଏହି ଡାଲି ଖାଇବା ଦ୍ବାରା କ'ଣ ସବୁ ଲାଭ ହୋଇଥାଏ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

କିଡ଼ନୀ ପାଇଁ ଲାଭଦାୟକ : ଯଦି ଆପଣଙ୍କର କିଡ଼ନୀ ଜନିତ ସମସ୍ୟା ରହିଛି ତେବେ କୋଳଥ ଡାଲି ଡାଏଟରେ ସାମିଲ କରନ୍ତୁ । କୋଳଥ ଡାଲି ଖାଇବା ଦ୍ବାରା କିଡ଼ନୀ ଷ୍ଟୋନକୁ ସହଜରେ ନଷ୍ଟ କରାଯାଇପାରିବ । କୋଳଥ ଡାଲି ଖାଇବା ଦ୍ବାରା ଏହା ପରିସ୍ରା ମାଧ୍ୟମରେ ଶରୀରରୁ ଷ୍ଟୋନ୍ ବାହାର କରିବାରେ ସାହାଯ୍ୟ କରେ ।

ଓଜନ ନିୟନ୍ତ୍ରଣ କରେ : କୋଳଥ ଡାଲି ଖାଇବା ଦ୍ବାରା ସହଜରେ ଓଜନକୁ କମ୍ କରାଯାଇପାରିବ । ଏଥିରେ ହାଇ ପ୍ରୋଟିନ୍ ଏବଂ ଫାଇବରର ମାତ୍ରା ଭରପୂର ମାତ୍ରାରେ ଥାଏ । ଯାହା ଲମ୍ବା ସମୟ ପର୍ଯ୍ୟନ୍ତ ଭୋକକୁ ନିୟନ୍ତ୍ରଣରେ ରଖିଥାଏ । ଫଳରେ ଓଜନ ନିୟନ୍ତ୍ରଣରେ ରହିଥାଏ । କୋଳଥ ଡାଲିରେ ପ୍ରୋଟିନ୍ ଥିବାରୁ ଏହା ମାଂସପେଶୀକୁ ମଜବୁତ କରି ରଖିବାରେ ସହାୟକ କରେ । ଏଥିରେ କମ୍ କ୍ୟାଲୋରୀ ଥିବାରୁ ଏହା ଶରୀର ପାଇଁ ଉପକାରୀ ହୋଇଥାଏ ।

ସର୍ଦ୍ଦି ଏବଂ କଫ ପାଇଁ ଲାଭକାରୀ : ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡା, ଅତ୍ୟଧିକ ନାକ ବନ୍ଦ ଏବଂ ନିଶ୍ୱାସ ନେବାରେ କଷ୍ଟ ହେଉଛି କିମ୍ବା ଯଦି ଆପଣ ସାଇନସ୍ ସମସ୍ୟା ରେ ପୀଡିତ ତେବେ ଆପଣଙ୍କ ଡାଏଟ୍ ଲିଷ୍ଟରେ ନିଶ୍ଚିତ ଭାବେ କୋଳଥ ଡାଲି ଆଡ୍ କରନ୍ତୁ। ଆପଣ କୋଳଥ ଡାଲିକୁ କାଢା ଭାବରେ ମଧ୍ୟ ସେବନ କରିପାରିବେ ।

ପାଚନ ପ୍ରକ୍ରିୟାରେ ସାହାଯ୍ୟ କରେ : ଯେଉଁମାନଙ୍କର ଗ୍ୟାସ୍ ଏବଂ ପାଚନ ସମସ୍ୟା ରହିଛି ସେମାନେ କୋଳଥ ଡାଲି ଖାଇବା ଉଚିତ୍ । ଏଥିରେ ଫାଇବରର ଗୁଣ ଭରପୁର ମାତ୍ରାରେ ଥିବାରୁ ପାଚନ ପ୍ରକ୍ରିୟାକୁ ଉନ୍ନତ କରେ ।

ହାଡ଼କୁ ମଜବୁତ କରେ : କୋଳଥ ଡାଲିରେ କ୍ୟାଲିସିୟମ ଏବଂ ଫସଫରସର ଗୁଣ ରହିଛି ।ଯାହା ହାଡ଼କୁ ମଜବୁତ କରି ରଖିଥାଏ । ଏହା ସହିତ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲୋମେଣ୍ଟାଣୀ ଗୁଣ ଥିବାରୁ ପ୍ରଦାହ ହ୍ରାସ କରିବାରେ ସାହାଯ୍ୟ କରେ ।

ଯଦି ଏହି ସବୁ ସମସ୍ୟା ରହିଛି ତେବେ ନିଶ୍ଚିତ ଭାବେ ଆପଣଙ୍କ ଡାଏଟ୍ ପ୍ଲାନରେ କୋଳତ ଡାଲି ସାମିଲ କରନ୍ତୁ । ଯାହା ଆପଣଙ୍କ ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha