Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପ୍ରତିଦିନ ଖାଆନ୍ତୁ ତୁଳସୀ ପତ୍ର, ଅନେକ ରୋଗରୁ ଦେବ ଆରାମ

ପ୍ରତିଦିନ ଖାଆନ୍ତୁ ତୁଳସୀ ପତ୍ର, ଅନେକ ରୋଗରୁ ଦେବ ଆରାମ

K NEWS 15 hrs ago

ଜି ଆମେ ଆପଣଙ୍କୁ ଏକ ଏପରି ଗଛ ସମ୍ପର୍କରେ କହିବାକୁ ଯାଉଛୁ, ଯାହା ପ୍ରତ୍ୟେକ ଘରେ ଦେଖିବାକୁ ମିଳିଥାଏ । ହିନ୍ଦୁ ଧର୍ମରେ ତୁଳସୀ ଦେବୀଙ୍କୁ ପୂଜା କରାଯାଏ । ସେହିପରି ଏଥିରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ଥିବାରୁ ଆୟୁର୍ବେଦରେ ଏହାକୁ ବିଶେଷ ଗୁରୁତ୍ବ ଦିଆଯାଇଥାଏ । ଏଥିରେ ଥିବା ଔଷଧୀୟ ଗୁଣ ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ।

ଦୀର୍ଘଦିନଧରିଲୋକମାନେସର୍ଦ୍ଦି, କାଶ, ଗଳାବ୍ୟଥାଏବଂହଜମସମ୍ବନ୍ଧୀୟକେତେକସମସ୍ୟାରେତୁଳସୀରବ୍ୟବହାରକରିଆସୁଛନ୍ତି।ଏଥିସହତୁଳସୀରେଥିବାବିଭିନ୍ନପ୍ରାକୃତିକଉପାଦାନଶରୀରରରୋଗପ୍ରତିରୋଧକକ୍ଷମତାକୁସମର୍ଥନକରିପାରେବୋଲିବିଭିନ୍ନଅଧ୍ୟୟନସୂଚିତକରିଛି ।ତେବେଏହାକୌଣସିରୋଗରନିଶ୍ଚିତଚିକିତ୍ସାରବିକଳ୍ପନୁହେଁ ।ତେବେ ଆସନ୍ତୁଆମେତୁଳସୀରଉପକାରିତା ଗୁଣ ସମ୍ପର୍କରେ ଜାଣିବା ।

ଥଣ୍ଡା ଏବଂ କାଶ ଦୂର କରେ: ପାଣିପାଗର ପରିବର୍ତ୍ତନ ହେତୁ ଅନେକ ଲୋକଙ୍କୁ ଥଣ୍ଡା ଏବଂ କାଶ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ତେଣୁ ଏହି ସମସ୍ୟା ପାଇଁ ଆପଣଙ୍କ ଲାଇଫଷ୍ଟାଇଲରେ ତୁଳସୀ ପତ୍ର ଚା ଏବଂ କାଢ଼ାକୁ ସାମିଲ କରିବା ଉଚିତ୍ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଯୋଗାଇବାରେ ସାହାଯ୍ୟ କରିଥାଏ । ଛାତିରେ ଥଣ୍ଡା ଏବଂ କୋଷ୍ଠକାଠିନ୍ୟକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ ।

ଶ୍ବାସକ୍ରିୟା ସମସ୍ୟାରୁ ମୁକ୍ତି କରେ : ତୁଳସୀ ଜୀବାଣୁନାଶକ ଏବଂ ପ୍ରଦାହ ବିରୋଧୀ ଗୁଣରେ ଭରପୁର । ଯାହା ଥଣ୍ଡା, କାଶ, କଫ ଏବଂ ବ୍ରୋଙ୍କାଇଟିସ୍ ପାଇଁ ଖୁବ୍ ପ୍ରଭାବଶାଳୀ ଔଷଧ । ଏହାର ପତ୍ରକୁ ଆଣି କାଢା କରି ମଧ୍ୟ ଆପଣମାନେ ପିଇପାରିବେ ।

ପାଚନକ୍ରିୟାକୁ ମଜବୁତ କରେ : ଗ୍ୟାସ୍, ବଦହଜମୀ କିମ୍ବା ପେଟ ଯନ୍ତ୍ରଣା ଭଳି ସମସ୍ୟା ପାଇଁ ତୁଳସୀ ପତ୍ର ଖୁବ୍ ଉପକାରୀ ବୋଲି ପ୍ରମାଣିତ । ଏହି ପତ୍ର ଖାଇବା ଦ୍ବାରା ପାଚନ ଶକ୍ତି ଉନ୍ନତି କରିବା ସହ ପେଟରେ ଥିବା କ୍ଷତିକାରକ ଜୀବାଣୁ ନଷ୍ଟ କରିବାରେ ସହାୟକ କରେ ।

ଚର୍ମ ଓ କେଶ ପାଇଁ ଲାଭଦାୟକ : ତୁଳସୀରେ ଆଣ୍ଟିଅକ୍ସିଡାଣ୍ଟ ଓ ଫଙ୍ଗାଲ ବିରୋଧୀ ଗୁଣ ରହିଛି । ଯାହାର ପେଷ୍ଟକୁ ମୁହଁରେ ଳଗାଇବା ଦ୍ବାରା ବ୍ରଣ,ଦାଗ ଏବଂ କୁଣ୍ଡାଇ ହେବା ଭଳି ସମସ୍ୟା ଦୂର ହୋଇଥାଏ । ଏହାର ପାଣିରେ ମୁଣ୍ଡ ଧୋଇବା ମଧ୍ୟ ଖୁବ୍ ଫଳପ୍ରଦ ।

ଚାପ ଏବଂ ମାନିସିକ ଥକ୍କାପଣ ଦୂର କରେ : ଆଜିକାଲି ଅନେକ ଲୋକ ଖରାପ ଜୀବନଶୈଳୀ ହେତୁ ଚାପରେ ରୁହନ୍ତି। ଏଭଳି ପରିସ୍ଥିତିରେ ତୁଳସୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ । ଏଥିରେ ଥିବା ଲାଭକାରୀ ଗୁଣ ଚାପ, ଚିନ୍ତା ଏବଂ ମୁଣ୍ଡବିନ୍ଧାରୁ ତୁରନ୍ତ ମୁକ୍ତି ପ୍ରଦାନ କରିଥାଏ । ବିଶେଷ କରି ଏହି ସମସ୍ୟା ଥିଲେ ଖାଲି ପେଟରେ ତୁଳସୀ ଖାଇବାର ଅଭ୍ୟାସ କରନ୍ତୁ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ : ପାଗ ପରିବର୍ତ୍ତନ ଯୋଗୁଁ ଜ୍ୱର ଏବଂ ସଂକ୍ରମଣ ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ଏହି ସବୁ ସମସ୍ୟା ପାଇଁ ତୁଳସୀ ପତ୍ରର ଚା' ଅତ୍ୟନ୍ତ ଲାଭଦାୟକ । ଏହା ପ୍ରାକୃତିକ ଭାବରେ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିଥାଏ ।

ପାଟିର ଦୁର୍ଗନ୍ଧ ଦୂର କରେ : ଖରାପ ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ଆପଣ ତୁଳସୀ ପତ୍ର ମଧ୍ୟ ବ୍ୟବହାର କରିପାରିବେ । ଏହାକୁ ଖାଇବା ଦ୍ୱାରା ଖରାପ ଦୁର୍ଗନ୍ଧ ଦୂର ହୁଏ ।

ଓଡ଼ଶ ଠାରୁ ପାଆନ୍ତୁ ମୁକ୍ତି, ଜାଣନ୍ତୁ ଘରୋଇ ଉପଚାର

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha